ଆସାମରେ ବଜ୍ରପାତ ନେଲା ୧୪ ଜୀବନ

ଗୌହାଟୀ : ଆସାମରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଝଡ ବର୍ଷା ସହ ବଜ୍ରାଘାତ ହେବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ମହିଳାଙ୍କ ସମେତ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପ୍ରାଧିକରଣ ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ ଗୋଲପାରା, ବାରପେଟା, ଦିବ୍ରୁଗଡ଼, […]

ଗୌହାଟୀ : ଆସାମରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଝଡ ବର୍ଷା ସହ ବଜ୍ରାଘାତ ହେବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ମହିଳାଙ୍କ ସମେତ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପ୍ରାଧିକରଣ ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ ଗୋଲପାରା, ବାରପେଟା, ଦିବ୍ରୁଗଡ଼, ନଲବାଡି ଜିଲ୍ଲାରେ ଅନେକ ଘର ନଷ୍ଟ ହୋଇଯିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଥିବାରୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହାବ୍ୟତୀତ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଅସହ୍ୟ ଗରମ ମଧ୍ୟରେ ଲୋକଙ୍କୁ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଆଗାମୀ ଦୁଇ ଦିନରେ ପାଗ ଆହୁରି ଖରାପ ରହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି। ଆଇଏମଡି ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

About The Author: The Sakala