କ୍ଲାସ ନ ମିଳିବାରୁ ପ୍ରଫେସର ଫେରାଇଲେ ୨୩ ଲକ୍ଷ

ପାଟନା : ବିହାର ମୁଜାଫରପୁର ସ୍ଥିତି ଆମ୍ବେଦକର ବିହାର ୟୁନିଭର୍ସିଟିର ଜଣେ ପ୍ରଫେସର ମହାନତାକୁ ସବୁଠି ପ୍ରଶଂସା କରାଯାଉଛି। କ୍ଲାସ ନ ମିଳିବା ଯୋଗୁଁ ସେ ନିଜର ସମସ୍ତ ଦରମା ବିଶ୍ବବିଦ୍ୟାଳୟକୁ ଫେରାଇ ଦେଇଛନ୍ତି। ଏହି ପ୍ରଫେସର ତିନି ବର୍ଷ ହେଲା ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ଆସୁଥିଲେ ଏବଂ ପିଲା ପାଠ ପଢିବାକୁ ଆସୁଥିବା କଲେଜରେ ତାଙ୍କୁ ନିଯୁକ୍ତି କରିବାକୁ କହିଥିଲେ। ତେବେ ପ୍ରଶାସନ ତାଙ୍କ କଥା ଶୁଣି ନ ଥିଲା। ଏଥିରେ ଚିନ୍ତିତ ହୋଇ ସହାୟକ […]

ପାଟନା : ବିହାର ମୁଜାଫରପୁର ସ୍ଥିତି ଆମ୍ବେଦକର ବିହାର ୟୁନିଭର୍ସିଟିର ଜଣେ ପ୍ରଫେସର ମହାନତାକୁ ସବୁଠି ପ୍ରଶଂସା କରାଯାଉଛି। କ୍ଲାସ ନ ମିଳିବା ଯୋଗୁଁ ସେ ନିଜର ସମସ୍ତ ଦରମା ବିଶ୍ବବିଦ୍ୟାଳୟକୁ ଫେରାଇ ଦେଇଛନ୍ତି। ଏହି ପ୍ରଫେସର ତିନି ବର୍ଷ ହେଲା ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ଆସୁଥିଲେ ଏବଂ ପିଲା ପାଠ ପଢିବାକୁ ଆସୁଥିବା କଲେଜରେ ତାଙ୍କୁ ନିଯୁକ୍ତି କରିବାକୁ କହିଥିଲେ। ତେବେ ପ୍ରଶାସନ ତାଙ୍କ କଥା ଶୁଣି ନ ଥିଲା। ଏଥିରେ ଚିନ୍ତିତ ହୋଇ ସହାୟକ ପ୍ରଫେସର ଡ. ଲଲନ କୁମାର ନିଜର ତିନି ବର୍ଷର ସମ୍ପୂର୍ଣ୍ଣ ଦରମା ୨୩ ଲକ୍ଷ ୮୨ ହଜାର ୨୨୮ ଟଙ୍କାକୁ ୟୁନିଭର୍ସିଟିକୁ ଫେରାଇ ଦେଇଥିଲେ। ସେ କୁଳପତିଙ୍କ ବ୍ୟତୀତ କୁଳାଧିପତି, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଅର୍ଥ ବିଭାଗ, ହାଇକୋର୍ଟ, ୟୁଜିସି, ଶିକ୍ଷାମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏବଂ ରାଷ୍ଟ୍ରପତିଙ୍କୁ ଏ ନେଇ ଚିଠି ଲେଖିଛନ୍ତି।

About The Author: The Sakala