By
The Sakala
ହାଇଦ୍ରାବାଦ : ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି।ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଦେଶରେ ବିଜେପିର ରାଜ ଚାଲିବ । ଏହି ସମୟ ମଧ୍ୟରେ ଭାରତ ବିଶ୍ୱଗୁରୁ ହୋଇଯିବ ବୋଲି ମତ ରଖିଛନ୍ତି ଅମିତ୍ ଶାହ । ସେ ଆହୁରି କହିଛନ୍ତି କି ବଂଶବାଦ, ଜାତିବାଦ ଓ ତୃଷ୍ଟିକରଣ ଦେଶର ରାଜନୀତି ପାଇଁ ଏକ ବଡ ଅଭିଶାପ ଥିଲା […]
ହାଇଦ୍ରାବାଦ : ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି।ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଦେଶରେ ବିଜେପିର ରାଜ ଚାଲିବ । ଏହି ସମୟ ମଧ୍ୟରେ ଭାରତ ବିଶ୍ୱଗୁରୁ ହୋଇଯିବ ବୋଲି ମତ ରଖିଛନ୍ତି ଅମିତ୍ ଶାହ । ସେ ଆହୁରି କହିଛନ୍ତି କି ବଂଶବାଦ, ଜାତିବାଦ ଓ ତୃଷ୍ଟିକରଣ ଦେଶର ରାଜନୀତି ପାଇଁ ଏକ ବଡ ଅଭିଶାପ ଥିଲା । ଯାହା ଦେଶ ଲାଗି ଯନ୍ତ୍ରଣାର କାରଣ ମଧ୍ୟ ଥିଲା ବୋଲି କହିଛନ୍ତି। ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ପାରିବାରିକ ଶାସନକୁ ସମାପ୍ତ କରିଦିଆଯିବ ବୋଲି ମଧ୍ୟ କହିଛନ୍ତି।
ଗୃହମନ୍ତ୍ରୀ ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳରେ କିଛି କର୍ମୀ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଛନ୍ତି, କିନ୍ତୁ ଭୟଭୀତ ହୋଇ ଦଳର ଅଧ୍ୟକ୍ଷ ଚୟନ କରୁନାହାଁନ୍ତି। ପରିବାରବାଦ ଯୋଗୁ କଂଗ୍ରେସ ଅନ୍ତରୀଣ ନିର୍ବାଚନ ମଧ୍ୟ ହୋଇ ପାରୁନଥିବାର କହିଛନ୍ତି। କାରଣ ନିର୍ବାଚନ ହେଲେ ପାର୍ଟିର ନିୟନ୍ତ୍ରଣ ହାତରୁ ଚାଲିଯାଇପାରେ ବୋଲି ଗାନ୍ଧି ପାରିବାର ଭାବୁଥିବା ଅମିତ ଶାହ କହିଛନ୍ତି। କଂଗ୍ରେସରେ ‘ମୋଦୀ ଫୋବିଆ’ ରହିଛି।।ଏଣୁ ସରକାର ଭଲ କାମ କରୁଥିଲେ ମଧ୍ୟ ସେଥିରୁ ମନ୍ଦ ଦିଗଟି ସେମାନଙ୍କ ନଜରକୁ ଆସୁଥିବା କହିଛନ୍ତି। ସେମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।ର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ଏୟାର ଷ୍ଟ୍ରାଇକ୍ ହେଉ, କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେଉ କିମ୍ବା କରୋନାଭାଇରସ୍ ଟିକାକରଣ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରୁଛି।
କେବଳ ସେତିକି ନୁହେଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଗୋଧ୍ରା ହତ୍ୟାକାଣ୍ଡ ନେଇ ସୁପ୍ରମି କୋର୍ଟ ଦେଇଥିବା ରାୟକୁ ଶାହ ଐତିହାସିକ ବୋଲି କହିଛନ୍ତି । ଶାହା କହିଛନ୍ତି କି ମୋଦୀ ହେଉଛନ୍ତି ଶିବଙ୍କର ଦ୍ୱିତୀୟ ରୂପ । ତାଙ୍କ ଉପରକୁ ବିରୋଧୀମାନେ ଯେତେ ବିଷ ଫୋପାଡିଛନ୍ତି ସେ ତାକୁ ପାନ କରିଛନ୍ତି ବୋଲି ଶାହା କହିଛନ୍ତି ।
ସୂଚନାଯୋଗ୍ୟ ଗୁଜୁରାଟ ଦଙ୍ଗାକୁ ନେଇ ନିକଟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହୋଇଥିଲା। ଗୁଜୁରାଟ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀ ସୁପ୍ରିମକୋର୍ଟରେ ଗୁଜୁରାଟ ଏସଆଇଟିର କ୍ଲିନଚିଟ ନୋଟିସକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଏସଆଇଟିର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ ଚିଟ ଦେବାକୁ ସଠିକ ବୋଲି କହିଥିଲେ । ତେବେ ଶାହା କହିଛନ୍ତି ମୋଦୀ ଦଙ୍ଗାରେ ତାଙ୍କର କଥିତ ଭୂମିକାକୁ ନେଇ ଏସଆଇଟି ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଓ ସମ୍ବିଧାନ ଉପରେ ନିଜର ଆସ୍ଥା ରଖିଥିଲେ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ବର୍ଷ ଧରି ଲଢିଲେ, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ କହିଲେନି। ପ୍ରଭୁ ଶଙ୍କରଙ୍କ ପରି ସେ (ମୋଦୀ) ତାଙ୍କ ଗଳାରେ ବିଷ ନେଇଥିଲେ। SIT ର ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ଅପମାନର ଶିକାର ହୋଇଥିଲେ ମଧ୍ୟ ସମ୍ବିଧାନ ପ୍ରତି ବିଶ୍ୱସ୍ତତା ବଜାୟ ରଖିଥିଲେ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
About The Author: The Sakala