ଇସଲାମାବାଦ: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟି ଯାଇଛି। ଏହି ଦେଶରେ ରହୁଥିବା ଆତଙ୍କବାଦୀ ଫରହତୁଲ୍ଲାହ ଗୌରି ଏକ ଭିଡିଓ ଜାରି କରି ଭାରତରେ ଆକ୍ରମଣର ଧମକ ଦେଇଛି। ସେ ଭିଡିଓ ଜାରି ସ୍ଲିପର ସେଲ୍ଙ୍କୁ ଟ୍ରେନକୁ ଲାଇନ୍ଚ୍ୟୁତ କରିବାକୁ କହିଛି। ଭାରତରେ ରହୁଥିବା ଆତଙ୍କବାଦୀଙ୍କୁ ଦେଶର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିବାକୁ ନିର୍ଦ୍ଦେଶ ଦେଇଛି। ତିନି ସପ୍ତାହ ତଳେ ଟେଲିଗ୍ରାମରେ ଜାରି ଏହି ଭିଡିଓରେ ପ୍ରେସର କୁକର ବ୍ୟବହାର କରି ବୋମା ବିସ୍ଫୋରଣ କରିବାକୁ କହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସତର୍କ ହୋଇଯାଇଛନ୍ତି। ଫରହତୁଲ୍ଲାହକୁ ଭାରତ ସରକାର ୟୁଏପିଏ ଅଧିନରେ ଆତଙ୍କବାଦୀ ଘୋଷଣା କରିଛନ୍ତି। ୧୩ ମିନିଟର ଏହି ଭିଡିଓରେ ହିନ୍ଦୁ ନେତାଙ୍କୁ ଆକ୍ରମଣ ଏବଂ ଆତ୍ମଘାତୀ ଆକ୍ରମଣ ମାଧ୍ୟମରେ ଲୋକଙ୍କୁ ନିଶାଣ କରିବାକୁ ସେ ସ୍ଲିପର ସେଲ୍ ନେଟୱର୍କକୁ କହିଛି। ଏହା ବ୍ୟତୀତ ପେଟ୍ରୋଲିୟମ ପାଇପ୍ଲାଇନକୁ ମଧ୍ୟ ନିଶାଣ କରିବାକୁ କହୁଛି। ଆତଙ୍କବାଦୀ ଫରହତୁଲ୍ଲାହ କହିଛି ଯେ ଭାରତ ସରକାରଙ୍କ ଗୁଇନ୍ଦା ଏଜେନ୍ସି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତା ସମ୍ପତ୍ତିକୁ ନିଶାଣ କରୁଛି। ଏଥିଯୋଗୁଁ ସ୍ଲିପର୍ ସେଲ୍ ନେଟୱର୍କ ଦୁର୍ବଳ ହୋଇଯାଉଛି। ଏହାକୁ ନେଇ ଆମେ ଫେରିବୁ ଏବଂ ସରକାରକୁ ଦୋହଲାଇ ଦେବୁ ବୋଲି ଧମକ ଦେଇଛି। ଚଳିତ ବର୍ଷ ମାର୍ଚ୍ଚ ୧ରେ ହୋଇଥିବା ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ ମାମଲା ଫରହତୁଲ୍ଲାହର ହତ ଥିବା ଜଣାପଡ଼ିଛି। ଏହି ମାମଲାରେ ଏନ୍ଆଇଏ ଦୁଇ ମୁଖ୍ୟ ଅଭିଯୁକ୍ତ ଅବଦୁଲ ମତିନ ତାହା ଏବଂ ମୁସାବିର ହୁସୈନ ସାଜିବକୁ ଗିରଫ କରିଥିଲା।
ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀର ଧମକ
ଇସଲାମାବାଦ: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟି ଯାଇଛି। ଏହି ଦେଶରେ ରହୁଥିବା ଆତଙ୍କବାଦୀ ଫରହତୁଲ୍ଲାହ ଗୌରି ଏକ ଭିଡିଓ ଜାରି କରି ଭାରତରେ ଆକ୍ରମଣର ଧମକ ଦେଇଛି। ସେ ଭିଡିଓ ଜାରି ସ୍ଲିପର ସେଲ୍ଙ୍କୁ ଟ୍ରେନକୁ ଲାଇନ୍ଚ୍ୟୁତ କରିବାକୁ କହିଛି। ଭାରତରେ ରହୁଥିବା ଆତଙ୍କବାଦୀଙ୍କୁ ଦେଶର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିବାକୁ ନିର୍ଦ୍ଦେଶ ଦେଇଛି। ତିନି ସପ୍ତାହ ତଳେ ଟେଲିଗ୍ରାମରେ ଜାରି ଏହି ଭିଡିଓରେ ପ୍ରେସର କୁକର ବ୍ୟବହାର କରି ବୋମା ବିସ୍ଫୋରଣ କରିବାକୁ କହିଛି। ଏହି […]