ମସ୍କୋ: ରୁଷର କୋସ୍ତ୍ରୋମା ସହରରେ ଥିବା ଏକ କାଫେରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସକାଳ ସମୟରେ କୌଣସି କାରଣକୁ ନେଇ ଉକ୍ତ କାଫେରେ ଝଗଡ଼ା ହୋଇଥିଲା । ଏହାପରେ କେହି ଜଣେ ଫ୍ଲେୟାର ଗନ୍ ବ୍ୟବହାର କରିବାରୁ କାଫେରେ ନିଆଁ ଲାଗି ଯାଇଥିଲା। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି।
ରୁଷର କୋସ୍ତ୍ରୋମା ସହରରେ ଥିବା ଏକ କାଫେରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ମୃତ, ୫ ଆହତ
ମସ୍କୋ: ରୁଷର କୋସ୍ତ୍ରୋମା ସହରରେ ଥିବା ଏକ କାଫେରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସକାଳ ସମୟରେ କୌଣସି କାରଣକୁ ନେଇ ଉକ୍ତ କାଫେରେ ଝଗଡ଼ା ହୋଇଥିଲା । ଏହାପରେ କେହି ଜଣେ ଫ୍ଲେୟାର ଗନ୍ ବ୍ୟବହାର କରିବାରୁ କାଫେରେ ନିଆଁ ଲାଗି ଯାଇଥିଲା। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଛି। […]