ବିହାର ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ପ୍ରତି ପରିବାରରେ ଜଣଙ୍କୁ ମିଳିବ ସରକାରୀ ଚାକିରି....

ବିହାର: ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ।

ପାଟନାରେ ଏକ ପ୍ରେସ କନଫରେନ୍ସରେ ତେଜସ୍ବୀ କହିଛନ୍ତି, ନିର୍ବାଚନ ବିଗୁଲ ବାଜିସାରିଛି। ଆଉ ସେମାନେ ବେରୋଜଗାରୀ ଭତ୍ତା ଦେବାକୁ କହୁଛନ୍ତି, ଚାକିରି ଦେବାକୁ କହୁନାହାନ୍ତି। କିନ୍ତୁ ବିହାରରେ ଏବେ ପରିବର୍ତ୍ତନ ହେବ, ନବଜାଗରଣ ହେବ। ହେଲେ ଆଜି ଆମେ ଆପଣଙ୍କ ପାଇଁ କ୍ରାନ୍ତିକାରୀ ଘୋଷଣା କରୁଛି । ଏହା ଆମର ପ୍ରଥମ ଘୋଷଣା ଶେଷ ଘୋଷଣା ନୁହେଁ। ଏହାପରେ ନିଜର ଲକ୍ଷ୍ୟ ଆପଣଙ୍କ ସାମ୍ନାରେ ରଖିବୁ। ବିହାରରେ ଜିତିବା ପରେ ଯେଉଁ ପରିବାରରେ ସରକାରୀ ଚାକିରି ନାହିଁ, ସେହି ପରିବାରକୁ ୨୦ ଦିନ ଭିତରେ ସରକାରୀ ଚାକିରି ଦେବୁ। ତେବେ ଆମେ କିଭଳି ଦେବୁ, ତାହା ମଧ୍ୟ ଆପଣଙ୍କୁ କହିବୁ। ଆମେ ବିଶ୍ଳେଷଣ କରି ସମସ୍ତ ଜିନିଷ ନିଷ୍ପତ୍ତି ନେବୁ। ଆମେ ଲୋକମାନଙ୍କୁ ସାମାଜିକ ନ୍ୟାୟ ସହିତ ଆର୍ଥିକ ନ୍ୟାୟ ମଧ୍ୟ ଦେବୁ। 

About The Author: Deviprasad Mohanty