ଆଫଗାନିସ୍ତାନ ସଙ୍କଟକୁ ନେଇ ଦୁଇ ବିଶ୍ବ ନେତାଙ୍କ ଆଲୋଚନା, ୪୫ ମିନିଟ୍‌ କଥାହେଲେ ମୋଦୀ-ପୁଟିନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଆଜି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ବିଶ୍ବନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ […]

ନୂଆଦିଲ୍ଲୀ : ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଆଜି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ବିଶ୍ବନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନଟ ଧରି ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ତାହା ହିଁ ଆଲୋଚନାର ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି ।


ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଉପରେ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏକ ବିସ୍ତୃତ ଆଲୋଚନା ହୋଇଛି। ଏଥି ସହିତ କୋଭିଡ-୧୯ ବିରୋଧରେ ଭାରତ ଓ ଋଷ ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୋଦୀ ।ଆପଗାନିସ୍ତାନକୁ ତାଲିବାନର କବଜା ପରେ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଛି ତାଲିବାନ । ନିକଟ ଭବିଷ୍ୟତରେ ଏହି ସଂଘର୍ଷର ଅନ୍ତ ଘଟିବା ପରି ଲାଗୁନଥିବାବେଳେ ମଧ୍ୟଏସିଆ ସମେତ ଆଫଗାନିସ୍ତାନ ପଡୋଶୀ ଦେଶଗୁଡିକ ସହ ସଂଲଗ୍ନ ସୀମୀରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ।ସେପଟେ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଆମେରିକାକୁ ଚେତାବନୀ ଦେଇସାରିଛି ତାଲିବାନ । ଯଦି ନିର୍ଦ୍ଧାରିତ ସମୟରେ ସୈନ୍ୟ ପ୍ରତ୍ୟାହାର ନହୁଏ, ତାହେଲେ ସ୍ଥିତି ଭୟାବହ ହେବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ବିଶ୍ବର ବଡ ବଡ ଦେଶ କିନ୍ତୁ ସୈନ୍ୟ ପ୍ରତ୍ୟାହାର ସୀମା ବୃଦ୍ଧି ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି । କ୍ରମାଗତ ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡୁଛି ।ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ଉପରେ କଡା ନଜର ରଖିଛି ବିଶ୍ବ ।


ଅନ୍ୟପେଟେ ଜି ୭ ଦେଶର ବୈଠକ ବସିବାକୁି ଯାଉଥିବାବେଳେ ଋଷ ଏବଂ ଭାରତ ନେତାଙ୍କ ଆଲୋଚନା ଆହୁରି ଘଟଣାକୁ ଖୋରାକ ଯୋଗାଉଛି । ସେହପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମାର୍କେଲାଙ୍କ ସହ ମଧ୍ୟ ସୋମବାର କତା ହୋଇଥିଲେ । ଆଫଗାନିସ୍ତାନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେଠାରେ ଶାନ୍ତି ଫେରାଇବା ଦିଗରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ଜଣାପଡିଛି । ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଥିଲେ । ଏଞ୍ଜେଲା ମାର୍କେଲଙ୍କ ସହ କଥା ହେବା ସହ ପଡୋଶୀ ଆଫଗାନିସ୍ତାନର ସ୍ଥିତି, ସେଠାକାର ବାତାବରଣ, ନିର୍ୟାତନା ଏବଂ ସର୍ବୋପରି ଅନେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

About The Author: The Sakala