ତାଲିବାନ ପଞ୍ଝାରେ ପଞ୍ଜଶୀର; ଖୁସିରେ ତାଲିବାନୀ ସଦସ୍ୟ ଗୁଳି ଚଳାଇବାରୁ ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ

କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ଅହମ୍ମଦ […]

କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ପଞ୍ଜଶୀରରେ ଏବେ ବି ଲଢ଼େଇ ଜାରି ରହିଥିବା କୁହାଯାଉଛି ।

ଏପଟେ ପଞ୍ଜଶୀର ଦଖଲ କରିବା ଏହାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ଆଖିବୁଜା ଗୁଳିଚାଳନା କରିଛନ୍ତି । ଫଳରେ ଏପରି ଗୁଳିଚାଳନା ଯୋଗୁଁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। ସାଧାରଣ ଲୋକଙ୍କ ଜୀବନକୁ ଖାତିର ନ କରି ବିଜୟ ଉଲ୍ଲାସରେ ଆଖିବୁଜା ଗୁଳିଚାଳନା କରିଥିଲେ ତାଲିବାନୀମାନେ । ତାଲିବାନୀ ନିଜ ଇଚ୍ଛାରେ ଗୁଳି ମାଡ଼ କରିବାରୁ ଏହା ଅନେକ ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ଫଳରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ। ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପଦରେ ଥିବା ବେଳେ କିଛି ବିଚାରପତି ଦେଶ ଛାଡି ଚାଲିଯାଉଥିବା ସୂଚନା ମିଳିଛି। ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

About The Author: The Sakala