ଗର୍ଭପାତ ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି : ୨୬ ସପ୍ତାହର ଗର୍ଭବତୀଙ୍କୁ ମିଳିଲାନି ଗର୍ଭପାତର ଅନୁମତି

ନୂଆଦିଲ୍ଲୀ : ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଯେ ଦୁଇ ସନ୍ତାନର ମାଆ ଥିବା ମହିଳାଙ୍କ ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ଥିଲା, ଯାହା ଡାକ୍ତରୀ […]

ନୂଆଦିଲ୍ଲୀ : ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଯେ ଦୁଇ ସନ୍ତାନର ମାଆ ଥିବା ମହିଳାଙ୍କ ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ଥିଲା, ଯାହା ଡାକ୍ତରୀ ଗର୍ଭପାତ ପାଇଁ ଅନୁମତି ଦେବା ପାଇଁ ସର୍ବାଧିକ ସୀମା ଅଟେ ଏବଂ ଏହା ବାହାରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗର୍ଭସ୍ଥ ଶିଶୁ ୨୬ ସପ୍ତାହ ଓ ପାଞ୍ଚ ଦିନର ହୋଇଯାଇଥିବା ବେଳେ ମହିଳାଙ୍କୁ ଏବେ କୌଣସି ବିପଦ ନାହିଁ। ଗର୍ଭସ୍ଥ ଭ୍ରୁଣରେ ମଧ୍ୟ କୌଣସି ଜଟିଳତା ନାହିଁ। ପ୍ରଧାନ ବିଚାରପତି କହିଛନ୍ତି ଯେ ମହିଳାଙ୍କ ପ୍ରସବ ଇଓଓଗଝ ରେ କରାଯିବ। ଜନ୍ମ ପରେ, ପିତାମାତା ପିଲାଟିକୁ ନିଜ ପାଖରେ ରଖିବେ ନା ପୋଷ୍ୟ ସନ୍ତାନ ପାଇଁ ଛାଡିବାକୁ ଚାହୁଁଛନ୍ତି ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ। ସରକାର ଏଥିରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ।

‘ଆମେ ପିଲାକୁ ହତ୍ୟା କରିପାରିବୁ ନାହିଁ’

ମାମଲାର ଶୁଣାଣି ବେଳେ ବେଞ୍ଚ କହିଛି ଯେ ଆମେ ଶିଶୁକୁ ହତ୍ୟା କରିପାରିବୁ ନାହିଁ। ଏଥିସହ ବେଞ୍ଚ କହିଛି ଯେ ଏକ ଜନ୍ମିତ ଶିଶୁର ଅଧିକାର ଏବଂ ମା’ଙ୍କ ସ୍ୱାସ୍ଥ୍ୟ ଆଧାରରେ ନିଷ୍ପତ୍ତି ନେବା ଅଧିକାର ମଧ୍ୟରେ ସନ୍ତୁଳନ ସ୍ଥାପନ କରିବାର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଗର୍ଭପାତ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ଅଛି। ଅବସାଦ, ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ସେ ତୃତୀୟ ସନ୍ତାନ ଚାହୁଁ ନାହାନ୍ତି। ଏଥିପାଇଁ ଗର୍ଭପାତ କରିବାକୁ ସେ କୋର୍ଟଙ୍କ ଅନୁମତି ମାଗିଥିଲେ। ଏହା ପରେ କୋର୍ଟ ଏମ୍ସକୁ ନିର୍ଦ୍ଦେଶ ଦେଇ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରେ ଏକ ରିପୋର୍ଟ ମାଗିଥିଲେ। ତେବେ ଡାକ୍ତର କହିଥିଲେ ଯେ ଭ୍ରୁଣ ସ୍ଥିତିର ଭଲ ରହିଛି ଓ ଗର୍ଭପାତ କରାଇବା ଉଚିତ ନୁହେଁ। ପରେ କୋର୍ଟ ନିଜ ଆଦେଶକୁ ପ୍ରତ୍ୟାହର କରି ନେଇଥିଲେ। ପୁର୍ନବାରର ଶୁଣାଣୀ କରି ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି। ପୂର୍ବରୁ ତଳ କୋର୍ଟଙ୍କ ଶୁଣାଣୀ ସମୟରେ ଦୁଇ ବିଚାରପତିଙ୍କ ମତପାର୍ଥକ୍ୟ ଦେଖା ଦେବାରୁ ଉପରିସ୍ଥ ବେଞ୍ଚକୁ ମାମଲା ପଠାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଅନ୍ୟ ଦୁଇ ସଦସ୍ୟ ଥିଲେ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

About The Author: The Sakala