ଫାଶୀ ଦିଆଯାଉଥିବା ରଶିକୁ ନେଇ ରହିଛି ଅନେକ ଅନ୍ଧବିଶ୍ବାସ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…

ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ଆମରୋହାର ସବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ବେଳେ ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ, ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଆଲୋଚନା ହେଉଛି, ଯେଉଁ ଦଉଡିରେ ଫାଶୀ ଲଗାଯାଇଥାଏ ସେହି ଦଉଡି ସହିତ କଣ କରାଯାଇଥାଏ ? ସାଧାରଣତଃ ଏହି ରଶି ଆମ ଦେଶ ଭାରତରେ ଜଳାଇ ଦିଆଇ ଯାଇଥାଏ , କିନ୍ତୁ ସାରା ବିଶ୍ୱରେ ଅନେକ ପ୍ରକାରର ଅନ୍ଧବିଶ୍ୱାସ ପ୍ରଚଳିତ […]

ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ଆମରୋହାର ସବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ବେଳେ ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ, ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଆଲୋଚନା ହେଉଛି, ଯେଉଁ ଦଉଡିରେ ଫାଶୀ ଲଗାଯାଇଥାଏ ସେହି ଦଉଡି ସହିତ କଣ କରାଯାଇଥାଏ ? ସାଧାରଣତଃ ଏହି ରଶି ଆମ ଦେଶ ଭାରତରେ ଜଳାଇ ଦିଆଇ ଯାଇଥାଏ , କିନ୍ତୁ ସାରା ବିଶ୍ୱରେ ଅନେକ ପ୍ରକାରର ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି।

ସାରା ବିଶ୍ୱରେ ଦଶମ ଶତାବ୍ଦୀରୁ ଫାଶୀର ପ୍ରଥା ଆରମ୍ଭ ହୋଇଛି। ଫାଶୀ ପାଇଁ ବ୍ୟବହୃତ ଦଉଡ଼ିକୁ ନେଇ ଆଜି ମଧ୍ୟ ଅନ୍ଧବିଶ୍ୱାସ ଜଡିତ ରହିଛି। ବ୍ରିଟେନରେ ପ୍ରଚଳିତ କଥା ଅନୁଯାୟୀ, ଫାଶୀ ଦିଆଯିବା ପରେ ଉକ୍ତ ଦଉଡିକୁ ଜଲାଦକୁ ଦିଆଯାଇଥାଏ। କିନ୍ତୁ ଏହା ପରେ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ବ୍ୟାପିଗଲା ଯେ, ଯଦି ଆପଣ ଏହି ଦଉଡିଟିକୁ ଘରେ ରଖନ୍ତି କିମ୍ବା ଲକେଟ୍ କରି ଖଣ୍ଡ ପିନ୍ଧନ୍ତି ତେବେ ଏହା ଭାଗ୍ୟରେ ଚମକ ଆଣିଥାଏ।

 

ଇତିହାସରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ବ୍ରିଟେନରେ ଜଲାଦ ଫାଶି ଦିଆଯାଇଥିବା ଦଉଡି ଖଣ୍ଡଗୁଡ଼ିକୁ କାଟି ବିକ୍ରି କରୁଥିଲେ ଏବଂ ଲୋକମାନେ ମଧ୍ୟ ଖୁସିରେ ଏହା କିଣୁଥିଲେ । ତେବେ ୧୯୬୫ ମସିହାରେ ବ୍ରିଟେନରେ ଫାଶୀ ଲଗାଇବାକୁ ବାରଣ କରାଯାଇଥିଲା।

କେବଳ ଏତିକି ନୁହେଁ, ଯେତେବେଳେ ବ୍ରିଟେନରେ ଶରୀରରୁ ମୁଣ୍ଡ ଓ ଗଣ୍ଡି ଅଲଗା କରି ମୃତ୍ୟୁ ଦଣ୍ଡ ଦିଆଯାଉଥିଲା, ସେତେବେଳେ ମଧ୍ୟ ଲୋକଙ୍କ ମଧ୍ୟରେ ଏକ ଅନ୍ଧବିଶ୍ୱାସ ଥିଲା ଯେ ଯଦି ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଶରୀର ବିଭିନ୍ନ ଅଙ୍ଗ ରଖିବା ଦ୍ବାର ବିଭିନ୍ନ ରୋଗ ଠାରୁ ମୁକତି ମିଲିଥାଏ ଓ ଭାଗ୍ୟ ମାଧ୍ୟ ଚମକି ଥାଏ। ଯେତେବେଳେ କାହାକୁ ଏହି ଦଣ୍ଡ ଦିଆଯାଇଥାଏ ସେମାନେ ନିଜ ଘରୁ ଏକ ପୋଷାକ ଆଣୁଥିଲେ । ଯାହାଫଳରେ ସେମାନେ ଏହି ପୋଷାକକୁ ରକ୍ତରେ ବୁଡ଼ାଇ ପାରିବେ। ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏହି କପଡାକୁ ଘରେ ରଖିଲେ ଭାଗ୍ୟ ଭଲ କାମ କରିବ।

ଅବଶ୍ୟ, ଏହି ଅନ୍ଧବିଶ୍ୱାସଗୁଡ଼ିକ ବିଶ୍ବର ଅନେକ ଦେଶରେ ପ୍ରଚଳିତ ଥିଲା । ଫ୍ରାନ୍ସରେ ଜଲାଦମାନେ ଏହି ରକ୍ତକୁ ଅଧିକ ମୂଲ୍ୟରେ ବିକ୍ରି କରିଥିବାବେଳେ ଚାଇନାରେ ଏହି ରକ୍ତ ସଂଗ୍ରହ କରାଯାଇ ଔଷଧରେ ବ୍ୟବହୃତ ହେଉଥିଲା।

ବ୍ରିଟେନ୍ ଏବଂ ୟୁରୋପର ଦେଶମାନଙ୍କରେ ମଧ୍ୟ ଏକ ଅନ୍ଧବିଶ୍ୱାସ ଥିଲା ଯେ, ଯଦି କେହି ଫାଶୀ ହୋଇଥିବା ରଶିକୁ  ଛୁଅନ୍ତି ତେବେ ଚର୍ମ, ପେଟ ଏବଂ ଗଳାର ଅନେକ ରୋଗରୁ ମୁକ୍ତି ମିଳିଥାଏ।

About The Author: The Sakala