ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ; ୧୬ ସୈନିକ ମୃତ

ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣ କରି ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନ ନିଜେ ଏହାର ଶିକାର ହୋଇଛି। ଭାରତରେ ପୁଲୱାମା ଆକ୍ରମଣ ପାଇଁ ଦାୟୀ ପାକିସ୍ତାନରେ ଏଭଳି ଆକ୍ରମଣ ହୋଇଛି। ଖୈବର ପଖତୁନଖ୍ବା ପ୍ରଦେଶର ଉତ୍ତର ବଜିରସ୍ଥାନ ଜିଲ୍ଲାରେ ଶନିବାର ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ନେଇ ଜଣେ ଆତଙ୍କବାଦୀ ପାକିସ୍ତାନୀ ସେନାର କନଭୟକୁ ଧକ୍କା ଦେଇଛି। ପରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି। ଏହି ବିସ୍ଫୋରଣରେ ୧୬ ଯବାନ ପ୍ରାଣ ହରାଇଛନ୍ତି। ୨୪ରୁ ଅଧିକ […]

ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣ କରି ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନ ନିଜେ ଏହାର ଶିକାର ହୋଇଛି। ଭାରତରେ ପୁଲୱାମା ଆକ୍ରମଣ ପାଇଁ ଦାୟୀ ପାକିସ୍ତାନରେ ଏଭଳି ଆକ୍ରମଣ ହୋଇଛି।
ଖୈବର ପଖତୁନଖ୍ବା ପ୍ରଦେଶର ଉତ୍ତର ବଜିରସ୍ଥାନ ଜିଲ୍ଲାରେ ଶନିବାର ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ନେଇ ଜଣେ ଆତଙ୍କବାଦୀ ପାକିସ୍ତାନୀ ସେନାର କନଭୟକୁ ଧକ୍କା ଦେଇଛି। ପରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି। ଏହି ବିସ୍ଫୋରଣରେ ୧୬ ଯବାନ ପ୍ରାଣ ହରାଇଛନ୍ତି। ୨୪ରୁ ଅଧିକ ମଧ୍ୟ ଆହତ ହୋଇଛନ୍ତି। ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ପାକିସ୍ତାନୀ ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି। ଏହି ଅଞ୍ଚଳକୁ ଟିଟିପିର ଗଡ଼ ଧରାଯାଉଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଦୁଇଟ ଘରର ଛାତ ଭୁଶୁଡି ଯାଇଛି। ଏଥିରେ ୬ରୁ ଅଧିକ ଶିଶୁ ଆହତ ହୋଇଛନ୍ତି। ପାକିସ୍ତାନ ତାଲିବାନର ଏକ ଗୋଷ୍ଠୀ ହାଫିଜ ଗୁଲ ବାହାଦୂର ଆର୍ମ୍ଡ ଗ୍ରୁପର ଆତ୍ମଘାତୀ ଏହି କାଣ୍ଡ ଘଟାଇଛନ୍ତି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ
କ୍ଷମତାସୀନ ହେବା ପରଠାରୁ ପାକିସ୍ତାନର ଏହି ଅଞ୍ଚଳରେ ହିଂସା ଲାଗି ରହିଛି। ଅନବରତ ଭାବେ ସେନା ଉପରେ ଆକ୍ରମଣ ହେଉଛି। ତାଲିବାନ ସରକାର ଏଥିପାଇଁ ସହାୟତା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ ଅଭିଯୋଗ କରାଯାଉଛି। ତେବେ ତାଲିବାନ ଏହି ଅଭିଯୋଗକୁ ଖାରଜ କରିଆସିଛି।

About The Author: The Sakala