ମୋଦୀଙ୍କୁ ସୁବ୍ରମଣ୍ୟମଙ୍କ ସମାଲୋଚନା: କହିଲେ କାଶ୍ମୀର ପ୍ରସଙ୍ଗରେ ସରେଣ୍ଡର, ଇମ୍ରାନଙ୍କ ସଙ୍ଗେ ଡିନର୍‌

ନୂଆଦିଲ୍ଲୀ: ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦଳୀୟ ନେତା ତଥା ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ବାମୀ। ସେ ପାକିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ସହ ବାଣିଜ୍ୟିକ କାରବାର ପୁଣିଥରେ ଆରମ୍ଭ ହେବାର ଅନୁମାନକୁ ନେଇ ସ୍ବାମୀ ଲେଖିଛନ୍ତି ଯେ ମୋଦୀ ସରକାର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଗରେ ଆତ୍ମସମର୍ପଣ(ସରେଣ୍ଡର)କରିଦେଇଛନ୍ତି। ସେ କଟାକ୍ଷ କରି ଲେଖିଛନ୍ତି ଯେ ସମ୍ଭବତଃ ଆଗାମୀ ଦିନରେ ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ […]

ନୂଆଦିଲ୍ଲୀ: ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦଳୀୟ ନେତା ତଥା ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ବାମୀ। ସେ ପାକିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ସହ ବାଣିଜ୍ୟିକ କାରବାର ପୁଣିଥରେ ଆରମ୍ଭ ହେବାର ଅନୁମାନକୁ ନେଇ ସ୍ବାମୀ ଲେଖିଛନ୍ତି ଯେ ମୋଦୀ ସରକାର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଗରେ ଆତ୍ମସମର୍ପଣ(ସରେଣ୍ଡର)କରିଦେଇଛନ୍ତି। ସେ କଟାକ୍ଷ କରି ଲେଖିଛନ୍ତି ଯେ ସମ୍ଭବତଃ ଆଗାମୀ ଦିନରେ ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲଣ୍ଡନରେ ଏକ ସଙ୍ଗେ ରାତ୍ରିଭୋଜନ କରୁଥିବାର ଦେଖିବାକୁ ମିଳିପାରେ।

ସ୍ବାମୀ ଗତ କିଛି ଦିନ ହେଲା କ୍ରମାଗତ ଭାବେ ମୋଦୀ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ଏହି କ୍ରମରେ ସେ ବୁଧବାର ସକାଳେ ପାକିସ୍ତାନ ସହ ବାଣିଜ୍ୟ କାରବାର ଚାଲୁ କରିବାକୁ ଅନୁମାନକୁ ନେଇ ଲେଖିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଆତ୍ମସର୍ମପଣ।ଗୁଡ ବାଏ ପିଓକେ। ଖୁବଶୀଘ୍ର ମୋଦୀ ଏବଂ ଇମ୍ରାନ ଲଣ୍ଡନରେ ଏକାଠି ହୋଇ ରାତ୍ରିଭୋଜନ କରିବେ ବୋଲି ମୁଁ ଆଶା କରୁଛି। ସୂଚନାଯୋଗ୍ୟ ଯେ ଭାରତ ସହ ବାଣିଜ୍ୟ ବ୍ୟବସାୟ ନେଇ ପାକିସ୍ତାନ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହା ମଧ୍ୟରେ ପଡୋଶୀ ରାଷ୍ଟ୍ର ସହ ପୁଣିଥରେ ବାଣିଜ୍ୟିକ ସମ୍ପର୍କ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି ବୋଲି ଭାରତ ସଙ୍କେତ ଦେଇଛି। ଏହି ସମ୍ବନ୍ଧ ପ୍ରାୟ ୨ ବର୍ଷ ହେଲା ବନ୍ଦ ରହିଛି।

About The Author: The Sakala