ଭାରତରେ ଷ୍ଟାର୍ ଲିଙ୍କ ସ୍ୟାଟ୍‌କମ୍‌ ସେବା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ: ବାଂଲାଦେଶରେ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାର୍ ଲିଙ୍କ୍‌ ସାଟେଲାଇଟ୍ ଟେଲିକମ୍‌ ସେବା ଯୋଗାଇବା ପରେ ଏବେ କମ୍ପାନୀ ଭାରତରେ ବି ଏହି ସେବା ଯୋଗାଇବାକୁ ଯାଉଛି। ତେବେ ଷ୍ଟାର୍ ଲିଙ୍କ୍‌ ସାଟେଲାଇଟ୍ ଡାଟା ପ୍ଲାନ୍ ମାସକୁ ୮୪୦ ଟଙ୍କାରୁ କମ୍ ରହିବ ବୋଲି ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଷ୍ଟାରଲିଙ୍କ୍ ସମେତ ସାଟେଲାଇଟ୍ ଯୋଗାଯୋଗ ସଂସ୍ଥାଗୁଡ଼ିକ ପ୍ରତି ମାସରେ ୧୦ ଡଲାର (ପ୍ରାୟ ୮୪୦ ଟଙ୍କା) ରୁ କମ୍ ମୂଲ୍ୟର ପ୍ରମୋସନାଲ୍ ଅସୀମିତ ଡାଟା […]

ନୂଆଦିଲ୍ଲୀ: ବାଂଲାଦେଶରେ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାର୍ ଲିଙ୍କ୍‌ ସାଟେଲାଇଟ୍ ଟେଲିକମ୍‌ ସେବା ଯୋଗାଇବା ପରେ ଏବେ କମ୍ପାନୀ ଭାରତରେ ବି ଏହି ସେବା ଯୋଗାଇବାକୁ ଯାଉଛି। ତେବେ ଷ୍ଟାର୍ ଲିଙ୍କ୍‌ ସାଟେଲାଇଟ୍ ଡାଟା ପ୍ଲାନ୍ ମାସକୁ ୮୪୦ ଟଙ୍କାରୁ କମ୍ ରହିବ ବୋଲି ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଷ୍ଟାରଲିଙ୍କ୍ ସମେତ ସାଟେଲାଇଟ୍ ଯୋଗାଯୋଗ ସଂସ୍ଥାଗୁଡ଼ିକ ପ୍ରତି ମାସରେ ୧୦ ଡଲାର (ପ୍ରାୟ ୮୪୦ ଟଙ୍କା) ରୁ କମ୍ ମୂଲ୍ୟର ପ୍ରମୋସନାଲ୍ ଅସୀମିତ ଡାଟା ପ୍ଲାନ୍ ସହ ଭାରତରେ ସେମାନଙ୍କର ସେବା ଆରମ୍ଭ କରିବେ ବୋଲି ଆଶା କରାଯାଉଛି।

ଏହି କମ୍ପାନୀଗୁଡ଼ିକ ଭାରତରେ ଦ୍ରୁତ ଗତିରେ ସେମାନଙ୍କର ଉପଭୋକ୍ତାଙ୍କ ସଂଖ୍ୟା ବଢ଼ାଇକୁ ଲକ୍ଷ୍ୟ ରଖିଛନ୍ତି। ମଧ୍ୟମରୁ ଦୀର୍ଘକାଳୀନ ମଧ୍ୟରେ ୧୦ ନିୟୁତ ଗ୍ରାହକଙ୍କ ପାଖରେ ପହଞ୍ଚିବାର କମ୍ପାନୀଗୁଡ଼ିକର ଟାର୍ଗେଟ୍ ରହିଛି। ଏଥିରେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ମାସିକ ସହରାଞ୍ଚଳ ଉପଭୋକ୍ତା ଶୁଳ୍କ ୫୦୦ ଟଙ୍କା ରଖୀବାକୁ ସୁପାରିଶ କରିଛି। ତଥାପି ବି ଏହା ପାରମ୍ପରିକ ଟେଲିକମ ସେବା ତୁଳନାରେ ସାଟେଲାଇଟ୍ କମ୍ୟୁନିକେସନ ସ୍ପେକ୍ଟ୍ରମ୍‌କୁ ଅଧିକ ମହଙ୍ଗା କରିଛି। ଏହାସତ୍ତ୍ୱେ ଷ୍ଟାରଲିଙ୍କ୍ ଭଳି କମ୍ପାନୀକୁ ଭାରତୀୟ ମାର୍କେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଅସୁବିଧା ହେବ ନାହିଁ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ଏଠାରେ ସୂଚନାେଯାଗ୍ୟ ଯେ, ଷ୍ଟାରଲିଙ୍କ୍‌ର ବର୍ତ୍ତମାନର ୭,୦୦୦ ସାଟେଲାଇଟ୍ ବିଶ୍ୱ ସ୍ତରରେ ପ୍ରାୟ ୪ ନିୟୁତ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି। ରିପୋର୍ଟରେ କୁହାଯାଇଛି ଯେ ଯଦିଓ କମ୍ପାନୀ ସାଟେଲାଇଟ୍ ସଂଖ୍ୟା ୧୮,୦୦୦କୁ ବିସ୍ତାର କରେ, ତଥାପି ଏହା ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ପ୍ରାୟ ୧.୫ ନିୟୁତ ଭାରତୀୟ ଗ୍ରାହକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ।

About The Author: The Sakala