ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ, ଆଉ ୫ ଦିନ ପାଇଁ ରହିଛି ଇନ୍ଧନ

ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ ଇନ୍ଧନ ବାକି ରହିଛି। ଭାରତରୁ ନୂଆ କ୍ରେଡିଟ୍‌ ଲାଇନ୍‌ ମିଳିବା ଉପରେ ଏବେ ଅଟକିଛି ଦେଶର ଶେଷ […]

ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ ଇନ୍ଧନ ବାକି ରହିଛି। ଭାରତରୁ ନୂଆ କ୍ରେଡିଟ୍‌ ଲାଇନ୍‌ ମିଳିବା ଉପରେ ଏବେ ଅଟକିଛି ଦେଶର ଶେଷ ଭରଷା। ଏ ସମ୍ପର୍କରେ ଶୁକ୍ରବାର ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କାଞ୍ଚନା ବିଜୟଶେଖରା କହିଛନ୍ତି ଯେ, ଦେଶକୁ ଭାରତଠାରୁ ୫୦୦ ନିୟୁତ ଡଲାରର କ୍ରେଡିଟ୍ ମିଳିବ ନାହିଁ ତେବେ ସଙ୍କଟ ଆହୁରି ଗମ୍ଭୀର ହେବ। ଏହାର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି ଏବଂ ଖାଦ୍ୟ, ଔ ଷଧ ଏବଂ ଇନ୍ଧନ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାର ନାହିଁ।

ଦେଶର ଅନେକ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପାଇଁ ଲୋକଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡୁଛି। ଏକ୍ସିମ ବ୍ୟାଙ୍କ ଜରିଆରେ ଭାରତ ସରକାରଙ୍କକ ୫୦୦ ନିୟୁତ ଆମେରିକୀୟ ଡଲାରର କ୍ରେଡିଟ୍‌ ଉପରେ ଶ୍ରୀଲଙ୍କା ସରକାର ଭରଷା କରିଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଅର୍ଥକୁ ଇନ୍ଧନ ପରିବହନରେ ବ୍ୟବହାର କରାଯିବ ବୋଲି ବିଜୟଶେଖରା କହିଛନ୍ତି। ଏହାପୂର୍ବରୁ ଭାରତ ପ୍ରାୟ ୩ ବିଲିୟନ ଡଲାରର ସହାୟତା ଦେଇଛି। ୱିଜେସେକରା କହିଛନ୍ତି ଯେ ଇନ୍ଧନ ଆମଦାନୀ ପାଇଁ ରୁଷ ସମେତ ଅନେକ ଦେଶ ସହ ଶ୍ରୀଲଙ୍କା ଆଲୋଚନା କରିଛି।

About The Author: The Sakala