ସ୍ପାଇସଜେଟ୍ କ୍ୟାବିନରେ ଧୂଆଁ, ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ : ଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ବିମାନ ଶନିବାର ସକାଳେ ଚଳାଚଳ କରିବାର କିଛି ସମୟ ପରେ ପୁଣିଥରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ସକାଳେ ଉଡାଣ ଭରିବାର କିଛି ସମୟରେ ପରେ ହଠାତ୍ ବିମାନର କ୍ୟାବିନ୍‌ରେ ଧୁଆଁ ବାହାରୁଥିବା ଦେଖାଦେଇଥିଲା। ବିମାନ କର୍ମଚାରୀମାନେ ଧୂଆଁ ବାହାରୁଥିବା ଦେଖିବା ପରେ ତାହାକୁ ପୁଣି ଦିଲ୍ଲୀ ଫେରାଇ ଆଣାଯାଇ ନିରାପଦରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ୫ ହଜାର ଫୁଟ୍‌ ଉଚ୍ଚରେ ଉଡାଣ […]

ନୂଆଦିଲ୍ଲୀ : ଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ବିମାନ ଶନିବାର ସକାଳେ ଚଳାଚଳ କରିବାର କିଛି ସମୟ ପରେ ପୁଣିଥରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ସକାଳେ ଉଡାଣ ଭରିବାର କିଛି ସମୟରେ ପରେ ହଠାତ୍ ବିମାନର କ୍ୟାବିନ୍‌ରେ ଧୁଆଁ ବାହାରୁଥିବା ଦେଖାଦେଇଥିଲା। ବିମାନ କର୍ମଚାରୀମାନେ ଧୂଆଁ ବାହାରୁଥିବା ଦେଖିବା ପରେ ତାହାକୁ ପୁଣି ଦିଲ୍ଲୀ ଫେରାଇ ଆଣାଯାଇ ନିରାପଦରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ୫ ହଜାର ଫୁଟ୍‌ ଉଚ୍ଚରେ ଉଡାଣ କରୁଥିବା ସମୟରେ ଧୁଆଁ ବାହାରିଥିଲା। ତେବେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବା ପରେ ବିମାନରେ ଥିବା ୨୩୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।


ସୂଚନାଯୋଗ୍ୟ ଏହା ପୂର୍ବରୁ ଜୁନ୍‌ ୧୯ ତାରିଖରେ ବିହାରର ରାଜଧାନୀ ପାଟନାରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିବା ଜଣାପଡିଥିଲା। ଏହାପରେ ପାଇଲଟ୍‌ ତୁରନ୍ତ କଂଣ୍ଟ୍ରୋଲ ରମ୍‌ ସହ ଯୋଗାଯୋଗ କରି ବିମାନଟିକୁ ସେହି ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲେ। ପାଟଣା ଏୟାରପୋର୍ଟରେ ବିମାନଟିର ନିଆଁକୁ ଆୟତ୍ତ କରାଯାଇଥିଲା।  ବିମାନରେ ଥିବା ସମସ୍ତ ୧୮୫ ଯାତ୍ରୀ ସୁରକ୍ଷିତ ରହିଥିଲେ। ତେବେ ଡିଜିସିଏ କହିଛି ଯେ ପକ୍ଷୀ ଧକ୍କା ହେତୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବିମାନର ଇଞ୍ଜିନରୁ ଧୂଆଁ ବାହାରିବା ବେଳକୁ ଏକ ନିରାପଦ ଅବତରଣ କରାଯାଇଥିଲା।

About The Author: The Sakala