ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ହାମଲା, ୬ ଗୁରୁତର

ଜାମ୍ମୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାମ୍ମୁ-କାଶ୍ମୀରର ୩ଦିନିଆ ଗସ୍ତ ପରେ ଆଜି ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜାମ୍ମୁ-କାଶ୍ମୀରର ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ବିସ୍ଫୋରଣ କରିିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଭାରତୀୟ ସେନାର ଗାଡ଼ି ଯିବା ପୂର୍ବରୁ ହିଁ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ୬ଜଣ […]

ଜାମ୍ମୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାମ୍ମୁ-କାଶ୍ମୀରର ୩ଦିନିଆ ଗସ୍ତ ପରେ ଆଜି ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜାମ୍ମୁ-କାଶ୍ମୀରର ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ବିସ୍ଫୋରଣ କରିିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଭାରତୀୟ ସେନାର ଗାଡ଼ି ଯିବା ପୂର୍ବରୁ ହିଁ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସେନାକୁ ଟାର୍ଗେଟ କରାଯାଇଥିଲେ ବି ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିପାରିନଥିଲେ। ଏବେ ଆହତ ୬ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

About The Author: The Sakala