ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ

ଜୟପୁର: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ମୃତାହତମାନେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ବାଟରେ ଯାଉଥିବା ବେଳେ ଖୁନ୍‌ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ […]

ଜୟପୁର: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।

ମୃତାହତମାନେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ବାଟରେ ଯାଉଥିବା ବେଳେ ଖୁନ୍‌ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ ଭ୍ୟାନଟି ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

About The Author: The Sakala