ପାକିସ୍ତାନକୁ ସାଉଦିର ଚେତାବନୀ: ଭିକାରୀଙ୍କୁ ପଠାଅନି

ଇସଲାମାବାଦ: ପାକିସ୍ତାନ ଭିକାରୀଙ୍କୁ ନେଇ ସାଉଦି ଆରବ ଅକଳରେ ପଡ଼ିଛି। ଏହି ଭିକାରୀ ଏତେ ମାତ୍ରାରେ ଚିନ୍ତା ବଢ଼ାଇ ଦେଇଛନ୍ତି ଯେ ସାଉଦି ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ ଦେଇଛି। ଉମରାହ (ତୀର୍ଥଯାତ୍ରା) ଭିସାରେ ଭିକାରୀଙ୍କୁ ନ ପଠାଇବାକୁ କୁହାଯାଇଛି। ସାଉଦି ହଜ୍‌ ମନ୍ତ୍ରାଳୟ ଏହା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯଦି ସ୍ଥିତିକୁ ନିୟନ୍ତ୍ରଣ ନ କରାଯାଏ ତେବେ ଏହାର ପ୍ରଭାବ ପାକିସ୍ତାନୀ ଉମରାହ ଏବଂ ହଜ୍‌ ଯାତ୍ରୀଙ୍କ ଉପରେ ପଡ଼ିବ ବୋଲି […]

ଇସଲାମାବାଦ: ପାକିସ୍ତାନ ଭିକାରୀଙ୍କୁ ନେଇ ସାଉଦି ଆରବ ଅକଳରେ ପଡ଼ିଛି। ଏହି ଭିକାରୀ ଏତେ ମାତ୍ରାରେ ଚିନ୍ତା ବଢ଼ାଇ ଦେଇଛନ୍ତି ଯେ ସାଉଦି ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ ଦେଇଛି। ଉମରାହ (ତୀର୍ଥଯାତ୍ରା) ଭିସାରେ ଭିକାରୀଙ୍କୁ ନ ପଠାଇବାକୁ କୁହାଯାଇଛି। ସାଉଦି ହଜ୍‌ ମନ୍ତ୍ରାଳୟ ଏହା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯଦି ସ୍ଥିତିକୁ ନିୟନ୍ତ୍ରଣ ନ କରାଯାଏ ତେବେ ଏହାର ପ୍ରଭାବ ପାକିସ୍ତାନୀ ଉମରାହ ଏବଂ ହଜ୍‌ ଯାତ୍ରୀଙ୍କ ଉପରେ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ସାଉଦିର ଚରମବାଣୀ ପରେ ପାକିସ୍ତାନ ସରକାର ଘାବରେଇ ଯାଇଛନ୍ତି। ଭିକାରୀଙ୍କ ସାଉଦି ଯାତ୍ରା ଉପରେ କଟକଣା ଲାଗି ଉମରାହ ଆଇନରେ ସଂଶୋଧନ କରାଯିବ ବୋଲି କହିଛନ୍ତି। ଏହା ଅଧିନରେ ପାକିସ୍ତାନ ଟ୍ରାଭେଲ ଏଜେନ୍ସି ଏବଂ ଭିକାରୀଙ୍କ ଉପରେ ନଜର ରଖାଯିବ। ସୂଚନା ଅନୁଯାୟୀ ପାକିସ୍ତାନୀ ଭିକାରୀ ଏହି ଭିସାରେ ଯାଇ ସାଉଦି ରହି ଭିକ ମାଗୁଛନ୍ତି। ଏଥିଯୋଗୁଁ ପର୍ଯ୍ୟଟକ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗତ ମେ’ ମାସରେ ସାଉଦି ସରକାର ବିନା ଅନୁମତିରେ ହଜ୍‌ ଯାତ୍ରାକୁ ନେଇ ଫତୱା ଜାରି କରିଥିଲେ। ଏପରି ଯାତ୍ରା କଲେ ୧୦ ହଜାର ରିୟାଲ (ପ୍ରାୟ ୨.୨୨ ଲକ୍ଷ ଟଙ୍କା) ଜରିମାନା ଲଗାଯିବ ବୋଲି କହିଥିଲେ। ପୂର୍ବକୁ ପାକିସ୍ତାନର ଅନେକ ଭିକାରୀଙ୍କୁ ସାଉଦି ସରକାର ଗିରଫ କରିଥିଲେ। ଗତ ବର୍ଷର ଏକ ରିପୋର୍ଟ ଅନୁଯାୟୀ ବିଶ୍ବରେ ଗିରଫ ହେଉଥିବା ଭିକାରୀଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନୀ ସାମିଲ ଅଛନ୍ତି।

About The Author: The Sakala