ଶାଢ଼ି ଲାଇବ୍ରେରି, ଯେଉଁଠି ମାଗଣାରେ ପିନ୍ଧିବା ପାଇଁ ମିଳେ ଶାଢ଼ି

ସମସ୍ତେ ବିଭିନ୍ନ ପ୍ରକାରର ଲାଇବ୍ରେରି ସମ୍ପର୍କରେ ଶୁଣିଛନ୍ତି ତଥା ଦେଖିଛନ୍ତି। ମାତ୍ର ଗୁଜରାଟର ଭଦୋଦରାରେ ରହିଛି ନିଆରା ‘ଶାଢ଼ି ଲାଇବ୍ରେରି’। ଦୁଇ ମାସ ତଳେ ସହରର ୮ ଜଣ ମହିଳାଙ୍କ ଦ୍ବାରା ଏଭଳି ଏକ ଲାଇବ୍ରେରି ଆରମ୍ଭ ହୋଇଛି। ମହିଳାମାନେ ଏହି ଲାଇବ୍ରେରିକୁ ଶାଢ଼ି ଦାନ କରିଥାନ୍ତି। ଯାହାକୁ ମାଗଣାରେ ନେବା ବ୍ୟବସ୍ଥା ରହିଛି। ଅବଶ୍ୟ ଏଥିଲାଗି ପ୍ରଥମେ ସେମାନଙ୍କୁ ଟଙ୍କା ପୈଠ କରିବାକୁ ପଡ଼ିଥାଏ। ତେବେ ବ୍ୟବହାର ପରେ ଶାଢ଼ି ଫେରସ୍ତ ସମୟରେ ସେମାନଙ୍କଠାରୁ କେବଳ […]

ସମସ୍ତେ ବିଭିନ୍ନ ପ୍ରକାରର ଲାଇବ୍ରେରି ସମ୍ପର୍କରେ ଶୁଣିଛନ୍ତି ତଥା ଦେଖିଛନ୍ତି। ମାତ୍ର ଗୁଜରାଟର ଭଦୋଦରାରେ ରହିଛି ନିଆରା ‘ଶାଢ଼ି ଲାଇବ୍ରେରି’। ଦୁଇ ମାସ ତଳେ ସହରର ୮ ଜଣ ମହିଳାଙ୍କ ଦ୍ବାରା ଏଭଳି ଏକ ଲାଇବ୍ରେରି ଆରମ୍ଭ ହୋଇଛି। ମହିଳାମାନେ ଏହି ଲାଇବ୍ରେରିକୁ ଶାଢ଼ି ଦାନ କରିଥାନ୍ତି। ଯାହାକୁ ମାଗଣାରେ ନେବା ବ୍ୟବସ୍ଥା ରହିଛି। ଅବଶ୍ୟ ଏଥିଲାଗି ପ୍ରଥମେ ସେମାନଙ୍କୁ ଟଙ୍କା ପୈଠ କରିବାକୁ ପଡ଼ିଥାଏ। ତେବେ ବ୍ୟବହାର ପରେ ଶାଢ଼ି ଫେରସ୍ତ ସମୟରେ ସେମାନଙ୍କଠାରୁ କେବଳ ଡ୍ରାଏ କ୍ଲିନିଂର ଟଙ୍କା ରଖାଯାଏ।

ଅନ୍ୟପଟେ ବାକି ଅର୍ଥ ସେମାନଙ୍କୁ ଫେରାଇ ଦିଆଯାଏ। ଅନେକ ମହିଳାଙ୍କ ପାଖରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶାଢ଼ି ଆଦି କିଣାକିଣି କରିବାକୁ ସମୟ ମିଳି ନ ଥାଏ। ସେହିପରି ଦାରିଦ୍ର୍ୟତା କାରଣରୁ ଅଧିକାଂଶ ମହିଳା ନୂଆ ଶାଢ଼ି କିଣିପାରି ନ ଥାନ୍ତି। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଶାଢ଼ି ଲାଇବ୍ରେରିର ପରିକଳ୍ପନା କରାଯାଇଛି। ଅବଶ୍ୟ ଏହା ଦ୍ବାରା ମହିଳାମାନେ ବିବାହ ତଥା ଅନ୍ୟାନ୍ୟ ଉତ୍ସବ ଲାଗି ନିଜ ମନପସନ୍ଦର ଶାଢ଼ି କିଣି ପିନ୍ଧିପାରୁଛନ୍ତି। ଏହି ଲାଇବ୍ରେରିରେ ୩୦୦ ପ୍ରକାର ଶାଢ଼ି ତଥା ଡ୍ରେସ୍ ରହିଛି। ଏଥିରେ ଦାମୀ ବନାରସି ତଥା ସିଫନ୍‌ ଶାଢ଼ି ସାମିଲ ଅଛି। ଏପିରିକି ଏହି ଲାଇବ୍ରେରି ଦ୍ବାରା ୨୦୦ ଜଣ ମହିଳା ଏ ଯାବତ୍ ଉପକୃତ ହୋଇପାରିଛନ୍ତି।

About The Author: The Sakala