ବେଆଇନ ପାର୍କିଂ ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର: ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଗାଡ଼ିସଂଖ୍ୟା ବୃଦ୍ଧି ପାଇଚାଲିଛି। ଏହା ସହିତ ଗାଡ଼ି ପାର୍କିଂ ବହୁତ ବଡ଼ ସମସ୍ୟା ହୋଇଛି। ଲୋକେ ରାସ୍ତା କଡ଼ରେ ବେଆଇନ ପାର୍କିଂ କରୁଛନ୍ତି। ଏଥିଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଆଇନ ଅଣାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଘୋଷଣା କରିଛନ୍ତି। ଏହି ଆଇନରେ ବେଆଇନ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ଉଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ପୁରସ୍କାର ଦେବାର […]

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଗାଡ଼ିସଂଖ୍ୟା ବୃଦ୍ଧି ପାଇଚାଲିଛି। ଏହା ସହିତ ଗାଡ଼ି ପାର୍କିଂ ବହୁତ ବଡ଼ ସମସ୍ୟା ହୋଇଛି। ଲୋକେ ରାସ୍ତା କଡ଼ରେ ବେଆଇନ ପାର୍କିଂ କରୁଛନ୍ତି। ଏଥିଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଆଇନ ଅଣାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଘୋଷଣା କରିଛନ୍ତି। ଏହି ଆଇନରେ ବେଆଇନ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ଉଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ପୁରସ୍କାର ଦେବାର ବ୍ୟବସ୍ଥା ରହିବ। ଜରିମାନା ରାଶି ହଜାରେ ଟଙ୍କା ହେଲେ ଫଟୋ ପଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ଦିଆଯିବ। ଗୁରୁବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଗଡକରୀ କହିଛନ୍ତି ଯେ ବେଆଇନ ପାର୍କିଂ ଯୋଗୁଁ ରାସ୍ତା ଜାମ ହେଉଛି। ଏହାକୁ ରୋକିବା ପାଇଁ ଆଇନ ଆଣିବାକୁ ବିଚାର କରାଯାଉଛି।

About The Author: The Sakala