ଏଣିକି ଜାନୁଆରୀ ୨୩ରୁ ପାଳନ ହେବ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବ ଜାନୁଆରୀ ୨୪ ତାରିଖରୁ ପାଳନ କରାଯାଇ ଆସୁଥିବା ବେଳେ ଏଣିକି ଜାନୁଆରୀ ୨୩ ତାରିଖରୁ ଏହା ଆରମ୍ଭ ହେବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖରେ ପଡ଼ୁଥିବାରୁ ଏହି ଦିବସକୁ ଉତ୍ସବରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଚଳିତବର୍ଷ ଠାରୁ ୨୩ ତାରିଖରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ଆରମ୍ଭ ହେବ ବୋଲି କୁହାଯାଇଛି। ଗତବର୍ଷ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ […]

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବ ଜାନୁଆରୀ ୨୪ ତାରିଖରୁ ପାଳନ କରାଯାଇ ଆସୁଥିବା ବେଳେ ଏଣିକି ଜାନୁଆରୀ ୨୩ ତାରିଖରୁ ଏହା ଆରମ୍ଭ ହେବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖରେ ପଡ଼ୁଥିବାରୁ ଏହି ଦିବସକୁ ଉତ୍ସବରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଚଳିତବର୍ଷ ଠାରୁ ୨୩ ତାରିଖରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ଆରମ୍ଭ ହେବ ବୋଲି କୁହାଯାଇଛି। ଗତବର୍ଷ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୨୩କୁ ‘ପରାକ୍ରମ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ଯଥାରୀତି ପାଳନ କରିବାକୁ ସ୍ଥିର କରିଛନ୍ତି। ଏହିକ୍ରମରେ ଜାନୁଆରୀ ୨୩ରୁ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଆରମ୍ଭ ହେବ ବୋଲି କୁହାଯାଇଛି।

About The Author: The Sakala