ନାବାଳିକାଙ୍କୁ ଗଣଦୁଷ୍କର୍ମ : ଅଭିଯୁକ୍ତଙ୍କ ମଧ୍ୟରେ ୫ ନାବାଳକ

ନୂଆଦିଲ୍ଲୀ : ଗାଁରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ୧୨ ବର୍ଷିୟା ବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ପୁଣିଥରେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ୫ ଜଣ ୧୦ ରୁ ୧୨ ବର୍ଷର ନାବାଳକ ରହିଥିବା ଘଟଣା ଜନମାନସକୁ ଆହୁରି ସ୍ତମ୍ଭୀଭୂତ କରିଛି। ମିଳିଥିବା ସୂଚନା ଅନୁସାରେ ହରିୟାଣାର ରେଡି ଗାଁରେ ଏକ ବିବାହ ଉତ୍ସବ ଚାଲୁଥିଲା ବେଳେ ସେହି ଗାଁର ଜଣେ […]

ନୂଆଦିଲ୍ଲୀ : ଗାଁରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ୧୨ ବର୍ଷିୟା ବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ପୁଣିଥରେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ୫ ଜଣ ୧୦ ରୁ ୧୨ ବର୍ଷର ନାବାଳକ ରହିଥିବା ଘଟଣା ଜନମାନସକୁ ଆହୁରି ସ୍ତମ୍ଭୀଭୂତ କରିଛି। ମିଳିଥିବା ସୂଚନା ଅନୁସାରେ ହରିୟାଣାର ରେଡି ଗାଁରେ ଏକ ବିବାହ ଉତ୍ସବ ଚାଲୁଥିଲା ବେଳେ ସେହି ଗାଁର ଜଣେ ୧୨ ବର୍ଷ ଝିଅକୁ ସୂଚନା ଅନୁସାରେ ହରିୟାଣାର ରେୱାଡି ଗାଁରେ ଏକ ବିବାହ ଉତ୍ସବ ଚାଲୁଥିଲା ବେଳେ ସେହି ଗାଁର ଜଣେ ୧୨ ବର୍ଷ ଝିଅକୁ କିଛି ବାଳକ ନିକଟସ୍ଥ ଏକ ସ୍କୁଲ ଘରକୁ ନେଇ ଦୁଷ୍କର୍ମ କରିବା ସହ ସମସ୍ତ ଘଟଣାର ଭିଡିଓ ନିଜ ନିଜ ମୋବାଇଲ୍‌ରେ ସୁଟ୍ ମଧ୍ୟ କରିଥିଲେ। ଏହା ପରେ ସେମାନେ ଭିଡିଓକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଭିଡିଓ ପ୍ରଚାର ହେବା ପରେ ପୀଡ଼ିତାଙ୍କ ପରିବାର ଲୋକ ଘଟଣା ବିଷକ୍ଷୟରେ ଜାଣିଥୁଲା ବେଳେ ଥାନାର ଦ୍ବାରସ୍ଥ ହୋଇଥ୍ଲେ। ପୁଲିସ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୧୦ରୁ ୧୨ ବର୍ଷର ୫ ଜଣ ନାବାଳକ ରହିଛନ୍ତି।

About The Author: The Sakala