ରାମକୃଷ୍ଣ ମିଶନ ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଙ୍କ ଦେହାନ୍ତ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କୋଲକାତା : ରାମକୃଷ୍ଣ ମିଶନ ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କର ମଙ୍ଗଳବାର ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ସ୍ୱାମୀ ସ୍ମରଣାନନ୍ଦ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। Srimat Swami Smaranananda ji Maharaj, the revered President of Ramakrishna Math and Ramakrishna Mission […]

କୋଲକାତା : ରାମକୃଷ୍ଣ ମିଶନ ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କର ମଙ୍ଗଳବାର ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ସ୍ୱାମୀ ସ୍ମରଣାନନ୍ଦ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି।


ସ୍ୱାମୀ ସ୍ମରଣାନନ୍ଦଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସ୍ୱାମୀ ସ୍ମରଣାନନ୍ଦ ୨୦୧୭ରେ ରାମକୃଷ୍ଣ ମିଶନର ୧୬ତମ ସଭାପତି ହୋଇଥିଲେ ।


ରାମକୃଷ୍ଣ ମିଶନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ‘ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜଙ୍କର ମଙ୍ଗଳବାର ରାତି ୮.୧୪ରେ ଦେହାନ୍ତ ହୋଇଯାଇଛି। ସଂକ୍ରମଣ ହେତୁ ତାଙ୍କୁ ଜାନୁଆରୀ ୨୯ ରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା। ପରେ ସେ ଶ୍ୱାସ ନେବାରେ ଅସୁବିଧା ଆରମ୍ଭ କଲେ । ଏହା ପରେ ତାଙ୍କୁ ମାର୍ଚ୍ଚ ୩ ରେ ଭେଣ୍ଟିଲେଟରରେ ରଖାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି।

About The Author: The Sakala