ବିଳାସପୁର ଆପୋଲ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା, ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ରଖିଛନ୍ତି ନଜର

ଭୁବନେଶ୍ବର : ଗତକାଲି ମଧ୍ୟରାତ୍ରରେ ଦୀର୍ଘ ୫ ଦିନ ୧୦୪ ଘଣ୍ଟାର ଉଦ୍ୟମ ପରେ ବୋରୱେଲ୍‌ ଭିତରୁ ରାହୁଲକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଯବାନଙ୍କ ନିରନ୍ତର ପ୍ରୟାସ ପରେ ୮୦ ଫୁଟ୍‌ ତଳୁ ଉଦ୍ଧାର ହୋଇଥିଲା ରାହୁଲ୍‌। ଏବେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସ୍ଥିର ରହିଛି । ଉଦ୍ଧାର ପରେ ଆଇସିୟୁ ଆମ୍ବୁଲାନ୍ସରେ ଗ୍ରୀନ କରିଡର ମଧ୍ୟରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ରାହୁଲର ଚିକିତ୍ସା ଚାଲିଛି। […]

ଭୁବନେଶ୍ବର : ଗତକାଲି ମଧ୍ୟରାତ୍ରରେ ଦୀର୍ଘ ୫ ଦିନ ୧୦୪ ଘଣ୍ଟାର ଉଦ୍ୟମ ପରେ ବୋରୱେଲ୍‌ ଭିତରୁ ରାହୁଲକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଯବାନଙ୍କ ନିରନ୍ତର ପ୍ରୟାସ ପରେ ୮୦ ଫୁଟ୍‌ ତଳୁ ଉଦ୍ଧାର ହୋଇଥିଲା ରାହୁଲ୍‌। ଏବେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସ୍ଥିର ରହିଛି । ଉଦ୍ଧାର ପରେ ଆଇସିୟୁ ଆମ୍ବୁଲାନ୍ସରେ ଗ୍ରୀନ କରିଡର ମଧ୍ୟରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ରାହୁଲର ଚିକିତ୍ସା ଚାଲିଛି।

ବିଳାସପୁର ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ନଜରରେ ଚାଲିଛି ରାହୁଲର ଚିକିତ୍ସା । ରାହୁଲକୁ ସାମାନ୍ୟ ଜ୍ୱର ହୋଇଛି। ଆଜି ସକାଳୁ ଉଠିବା ପରେ ରାହୁଲ ଜଳଖିଆରେ ଖେଚୁଡି ଖାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ହସ୍ପିଟାଲ ବେଡରେ ରାହୁଲ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲର ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।

ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଛି ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ । ଶେଷରେ ବୋରଓ୍ବେଲ ବାହାରକୁ ଆସିଥିଲା ରାହୁଲ । ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ଆଜି ସକାଳୁ ରାହୁଲ ଖେଚୁଡି ଖାଇଛି । ଏହାସହ ମମି ପାପା କହିଛି ରାହୁଲ । ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ । ଗତକାଲି ଉଦ୍ଧାର ପରେ ସ୍ବତନ୍ତ୍ର ଗ୍ରୀନ କରିଡରରେ ମେଡିକାଲ ପର୍ୟ୍ୟନ୍ତ ବାଟ କଢ଼ାଇ ନେଇଥିଲା ପ୍ରଶାସନିକ ଟିମ୍ । ରାହୁଲ ଜୀବନ୍ତ ଭାବେ ଉଦ୍ଧାର ପରେ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଠାକୁରଙ୍କୁ ଧନ୍ୟବାଦ ଦେଇଛନ୍ତି ଲକ୍ଷ ଲକ୍ଷ ଶୁଭେଛୁ ।

୫ ଦିନ ବୋରୱେଲରେ ଫସି ରହିବା ପରେ କାଲି ମଧ୍ୟରାତିରେ ହୋଇଥିଲା ଛତିଶଗଡର ଜାଂଞ୍ଜଗିର-ଚାମ୍ପା ପିହରିଦ ଗାଁରେ ବୋରୱେଲ ଭିତରେ ଫସି ଥିବା ରାହୁଲଙ୍କୁ ୧୦୪ ଘଣ୍ଟାର ଉଦ୍ଧାର ଅପରେସନ ସଫଳ ହୋଇଛି । ଛତିଶଗଡ ପ୍ରଶାସନ, ଏସଡିଆରଏଫ, ଏନଡିଆରଏଏଫ, ସେନା ଯବାନ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି । ବୋରୱେଲ ଗାତରୁ ସୁଡଙ୍ଗ ଦେଇ ବାହାର କରିବା ପରେ ସୁଡଙ୍ଗ ମୁହଁରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତୁରନ୍ତ ତାକୁ ଅକ୍ସିଜେନ ଦେଇ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା । ଏହାପରେ ଗ୍ରୀନକରିଡର ଦେଇ ଅତ୍ୟାଧୁନିକ ଚିକିତ୍ସା ସୁବିଧାଯୁକ୍ତ ଆମ୍ବୁଲାନ୍ସରେ ୧୧୨ କିଲୋମିଟର ଦୂର ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି ।

ଆମ୍ବୁଲାନ୍ସରେ ଆଇସିୟୁ ବେଡ, ଅକ୍ସିଜେନ, ଭେଂଟିଲେଟର ସୁବିଧା ରହିଛି । ଘଟଣାସ୍ଥଳରୁ ବିଳାସପୁର ହସ୍ପିଟାଲ ଯାଏଁ ଗ୍ରୀନ କରିଡର ପୂର୍ବରୁ ପ୍ରସ୍ତୁତ ରଖାଯାଇଥିଲା, ଯେପରି ଉଦ୍ଧାର ପରେ କୌଣସି ଡେରି ନକରି ଚିକିତ୍ସା ସୁବିଧା ଯୋଗାଯାଇ ପାରିବ । ଆମ୍ବୁଲାନ୍ସରେ ରାହୁଲ ସହ ବିଶେଷଜ୍ଞ ଡାକ୍ତରୀ ଟିମ୍ ଓ ତା ମାଆ ହସ୍ପିଟାଲକୁ ଯାଇଛନ୍ତି । ପୂର୍ବରୁ ବିଳାସପୁର ଆପୋଲେ ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ରାହୁଲ ପାଇଁ ଆଇସିୟୁ ରୁମ ବୁକ କରାଯାଇଥିଲା । ରାହୁଲଙ୍କୁ ନେଇ ହସ୍ପିଟାଲ ପହଂଚିବା ପରେ ଆଇସିୟୁ ରୁମକୁ ନେଇ ଚିକିତ୍ସା ଆରମ୍ଭ କରାଯାଇଛି ।

About The Author: The Sakala