ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ରାଲି ନକରିବାକୁ ସମସ୍ତ ରାଜନୈତିକ ଦଳକୁ ରାହୁଲଙ୍କ ଅନୁରୋଧ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଛି। ଭାରତ ପାଇଁ କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ମାସ ସବୁଠାରୁ ଭୟାବହ ପ୍ରମାଣିତ ହୋଇଛି। ଗତ ୧୮ ଦିନରେ ୨୬ ଲକ୍ଷ ୩୯ ହଜାର ୧୬୦ ମାମଲା ସାମ୍ନାକୁ ଆସିଥିବାବେଳେ ୧୪ ହଜାର ୧୯୧ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ଦିନ ଦେଶରେ କରୋନା ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ରବିବାର ଦିନ ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ରୁ ଅଧିକ […]

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଛି। ଭାରତ ପାଇଁ କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ମାସ ସବୁଠାରୁ ଭୟାବହ ପ୍ରମାଣିତ ହୋଇଛି। ଗତ ୧୮ ଦିନରେ ୨୬ ଲକ୍ଷ ୩୯ ହଜାର ୧୬୦ ମାମଲା ସାମ୍ନାକୁ ଆସିଥିବାବେଳେ ୧୪ ହଜାର ୧୯୧ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ଦିନ ଦେଶରେ କରୋନା ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ରବିବାର ଦିନ ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି।  ଏହାରି ମଧ୍‌ୟରେ ଦେଶରେ ସଂକ୍ରମଣର ବୃଦ୍ଧିକୁ ଦେଖି କଂଗ୍ରେସ ନେତା ରାହୁଲ  କୋଲକତାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି।


ଏନେଇ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଜଣାଇବା ସହ  ଲେଖିଛନ୍ତି, ‘କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ, ପଶ୍ଚିମବଙ୍ଗରେ ଥିବା ମୋର ସମସ୍ତ ନିର୍ବାଚନ ରାଲି ବାତିଲ କରୁଛି। ସାମ୍ପ୍ରତିକ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି ଆୟୋଜନ କରିବାର ପରିଣାମ ବିଷୟରେ ଗଭୀର ଚିନ୍ତନ ପାଇଁ ସମସ୍ତ ରାଜନେତାମାନଙ୍କୁ ମୋର ପରାମର୍ଶ।’

ପଶ୍ଚିମବଙ୍ଗରେ ହେବାକୁ ଥିବା ୮ ଟି ପର୍ଯ୍ୟାୟ ମତଦାନରୁ ଗତକାଲି ସୁଦ୍ଧା ୫ ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ହେଲେ ରାହୁଲ ଗାନ୍ଧୀ ୪ ଟି ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ନିର୍ବାଚନୀ ସଭା କରିନଥିବା ବେଳେ କେବଳ ପଞ୍ଚମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ କଂଗ୍ରେସର ମଙ୍ଗ ଧରିଥିଲେ । ହେଲେ ଏବେ ଦେଶରେ ଯେଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି ତାହାକୁ ନଜରରେ ରଖି ସେ ଆଉ ପଶ୍ଚିମବଙ୍ଗରେ କୌଣସି ସଭାରେ  ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

About The Author: The Sakala