ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ; ଗୁଣବତ୍ତା ପରୀକ୍ଷାରେ ପାରାସିଟାମଲ, କ୍ଲାଭାମ୍‌, ଆଣ୍ଟାସିଡ୍‌ ପାନ୍‌-ଡି ଫେଲ୍‌

ନୂଆଦିଲ୍ଲୀ: ଦେଶରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କାରଣ ନିକଟରେ ହୋଇଥିବା ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଛି ସର୍ବସାଧାରଣରେ ବ୍ୟବହାର କରାଯାଉଥିବା ୫୩ ଗୁରୁତ୍ବପୂର୍ଣ୍ଣ ଔଷଧ। ଏହି ଗୁଣବତ୍ତା ପରୀକ୍ଷଣରେ ଥଣ୍ଡା ଏବଂ ଜ୍ବର ପାଇଁ ବ୍ୟବହାର କରାଯାଉଥିବା ପାରାସିଟାମଲ ଟାବ୍‌ଲଟ୍‌ଠାରୁ ଆରମ୍ଭ କରି କ୍ଲାଭାମ୍‌ ୬୨୫,ମଧୁମେହ ପାଇଁ ଗ୍ଲିମେପିରାଇଡ୍‌ ଏବଂ ଗ୍ୟାସ୍‌ ପାଇଁ ବ୍ୟବହୃତ ଆଣ୍ଟାସିଡ ପାନ୍‌ ଡି ଭଳି ଔଷଧ ରହିଛି। ଏଥିରେ ଭିଟାମିନ୍, ମଧୁମେହ ଏବଂ ରକ୍ତଚାପ ପାଇଁ […]

ନୂଆଦିଲ୍ଲୀ: ଦେଶରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କାରଣ ନିକଟରେ ହୋଇଥିବା ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଛି ସର୍ବସାଧାରଣରେ ବ୍ୟବହାର କରାଯାଉଥିବା ୫୩ ଗୁରୁତ୍ବପୂର୍ଣ୍ଣ ଔଷଧ। ଏହି ଗୁଣବତ୍ତା ପରୀକ୍ଷଣରେ ଥଣ୍ଡା ଏବଂ ଜ୍ବର ପାଇଁ ବ୍ୟବହାର କରାଯାଉଥିବା ପାରାସିଟାମଲ ଟାବ୍‌ଲଟ୍‌ଠାରୁ ଆରମ୍ଭ କରି କ୍ଲାଭାମ୍‌ ୬୨୫,ମଧୁମେହ ପାଇଁ ଗ୍ଲିମେପିରାଇଡ୍‌ ଏବଂ ଗ୍ୟାସ୍‌ ପାଇଁ ବ୍ୟବହୃତ ଆଣ୍ଟାସିଡ ପାନ୍‌ ଡି ଭଳି ଔଷଧ ରହିଛି। ଏଥିରେ ଭିଟାମିନ୍, ମଧୁମେହ ଏବଂ ରକ୍ତଚାପ ପାଇଁ ବ୍ୟବହୃତ ବ୍ୟତୀତ କେତେକ ଆଣ୍ଟିବାୟୋଟିକ୍ ମଧ୍ୟ ଅନ୍ତର୍ଭୁକ୍ତ।

ଦେଶର ସର୍ବବୃହତ ଔଷଧ ନିୟାମକ ସଂସ୍ଥା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସ୍‌କୋ) ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଥିବା ଔଷଧଗୁଡିକର ତାଲିକା ପ୍ରକାଶ କରିଛି। ସିଡିଏସକୋ ତାଲିକାରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି୩ ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବା ମଧୁମେହ ଟାବ୍‌ଲେଟ୍‌ ଏବଂ ଉଚ୍ଚ ରକ୍ତଚାପ , ଫ୍ଲୁକୋନାଜୋଲ ଏବଂ କିଛି ମଲ୍ଟି ଭିଟାମିନ୍ ଏବଂ କ୍ୟାଲସିୟମ୍ ଟାବଲେଟ୍ ଆଦି ରହିଛି। ସିଡିଏସକୋ ୪୮ଟି ଔଷଧର ତାଲିକା ପ୍ରକାଶ କରିଛି ଯେଉଁଥିରେ ପେଟ ସଂକ୍ରମଣ ରୋକିବାକୁ ଦିଆଯାଉଥିବା ଔଷଧ ରହିଛି, ଯାହା ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ।

ସେହିଭଳି, ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସର ସେଲକାଲ୍ ଟାବଲେଟ୍ ମଧ୍ୟ ଏହି ପରୀକ୍ଷଣରେ ବିଫଳ ହୋଇଛି। ସିଡିଏସ୍‌କୋ ୫୩ଟି ଔଷଧର ଗୁଣାତ୍ମକ ପରୀକ୍ଷା କରିଥିଲା, ମାତ୍ର ୪୮ ଟି ଔଷଧର ତାଲିକା ପ୍ରକାଶ କରିଥିଲା। କାରଣ ୫୩ ଟି ଔଷଧ ଉତ୍ପାଦନକାରୀ କମ୍ପାନୀ ମଧ୍ୟରୁ ୫ କମ୍ପାନୀକହିଛନ୍ତି ଯେ ଏହା ସେମାନଙ୍କର ଔଷଧ ନୁହେଁ, କିନ୍ତୁ ନକଲି ଔଷଧ ସେମାନଙ୍କ ନାମରେ ବଜାରରେ ବିକ୍ରି ହେଉଛି। ଏହା ପରେ ସେଗୁହିକୁ ତାଲିକାରୁ ହଟାଇ ଦିଆଯାଇଛି।

 

About The Author: The Sakala