ଯୁଦ୍ଧଖୋର୍‌ ପୁତିନଙ୍କ ବିରୋଧରେ ରୁଷରେ ବଢୁଛି ବିରୋଧ; ୧୩୦୦ ଅଟକ, ୧୦୦ ଗିରଫ

ମସ୍କୋ: ୟୁକ୍ରେନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନ ଗତକାଲି ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଚେତାବନୀ ଜାରି କରିବା ସହିତ ରୁଷ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହିତ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିବା ୩ ଲକ୍ଷ ରିଜର୍ଭ ଯୋଦ୍ଧାଙ୍କୁ ୟୁକ୍ରେନ ପଠାଇବାକୁ ଘୋଷଣା କରିଥିଲେ। କିନ୍ତୁ ପୁତିନଙ୍କ ଏଭଳି ଘୋଷଣା ପରେ ରୁଷରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାର ସେଣ୍ଟ ପିଟସ୍‌ବର୍ଗ ସମେତ ୩୮ ସହରରେ ହଜାର ହଜାର ଲୋକ […]

ମସ୍କୋ: ୟୁକ୍ରେନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନ ଗତକାଲି ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଚେତାବନୀ ଜାରି କରିବା ସହିତ ରୁଷ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହିତ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିବା ୩ ଲକ୍ଷ ରିଜର୍ଭ ଯୋଦ୍ଧାଙ୍କୁ ୟୁକ୍ରେନ ପଠାଇବାକୁ ଘୋଷଣା କରିଥିଲେ। କିନ୍ତୁ ପୁତିନଙ୍କ ଏଭଳି ଘୋଷଣା ପରେ ରୁଷରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାର ସେଣ୍ଟ ପିଟସ୍‌ବର୍ଗ ସମେତ ୩୮ ସହରରେ ହଜାର ହଜାର ଲୋକ ପୁତିନଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସହରରେ ୧୩୦୦ ରୁ ଅଧିକ ଲୋକଙ୍କୁ ପୁଲିସ ଅଟକ ରଖିଥିଲା ବେଳେ ୧୦୦ ଲୋକଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ପୁତିନ ରୁଷିଆରେ ‘ମାର୍ସିଆଲ ଲ’ ଘୋଷଣା କରି ଆଂଶିକ ଯୁଦ୍ଧ ପ୍ରଶିକ୍ଷଣ ନେଇଥିବା ସାଧାରଣ ନାଗରିକ ଏବଂ ଯୁବକମାନଙ୍କୁ ୟୁକ୍ରେନ ପଠାଇ ପାରନ୍ତି ବୋଲି ଆଲୋଚନା ହେବା ପରେ ଏବେ ଅଧିକାଂଶ ଲୋକ ବିଦେଶ ଚାଲିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ କରିବା ପରେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ସେମାନଙ୍କ ଆକାଶ ପଥକୁ ରୁଷୀୟ ବିମାନ ପାଇଁ ବନ୍ଦ କରି ଦେଇଛନ୍ତି। କେବଳ ତୁର୍କୀ, ସାଉଦି ଆରବ ଏବଂ ସର୍ବିଆ ଭଳି କିଛି ରାଷ୍ଟ୍ର ରୁଷ ବିମାନକୁ ଅନୁମତି ଦେଉଛନ୍ତି। ଏହିକ୍ରମରେ ରୁଷ ଲୋକମାନେ ଇସ୍ତାନବୁଲ, ସର୍ବିଆ ଏବଂ ଦୁବାଇ ପଳାଇ ଯିବାକୁ ଆରମ୍ଭ କରିଛନ୍ତି। ହେଲେ ଏହାକୁ ନେଇ ରୁଷରେ ବିମାନ ଭଡ଼ା ଅକଳ୍ପନୀୟ ସ୍ତରରେ ପହଞ୍ଚିବା ସହିତ ବିଦେଶୀ ରୁଟ୍‌ ପାଇଁ ରହିଥିବା ସମସ୍ତ ବିମାନ ଟିକଟ ଗୋଟିଏ ଦିନରେ ଶେଷ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ମସ୍କୋରୁ ଇସ୍ତାନବୁଲ ବିମାନଭଡ଼ା ୯ ହଜାର ଡଲାର ବା ପ୍ରାୟ ୯.୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ମସ୍କୋରୁ ଦୁବାଇ ଏବଂ ସର୍ବିଆ ରାଜଧାନୀ ବେଲଗ୍ରେଡକୁ ବିମାନ ଭଡ଼ା ୧୫ ରୁ ୨୦ ଗୁଣ ବୃଦ୍ଧି ପାଇଛି।

About The Author: The Sakala