ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଲିଙ୍ଗନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ: ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାସହିତ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା । ଭାରତ ଓ ଆମେରିକାର ଏଭଳି ସମ୍ପର୍କକୁ ହୁଏତ ଚୀନ୍ ହଜମ କରିନପାରେ । ଜାପାନର ହିରୋସିମାରେ ଆୟୋଜିତ ଜି-୭ […]

ନୂଆଦିଲ୍ଲୀ: ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାସହିତ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା । ଭାରତ ଓ ଆମେରିକାର ଏଭଳି ସମ୍ପର୍କକୁ ହୁଏତ ଚୀନ୍ ହଜମ କରିନପାରେ । ଜାପାନର ହିରୋସିମାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହି ବୈଠକରେ ଜାପାନ ଓ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡା, ଇଟାଲି ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ମୁତାବିକ ଏହି ବୈଠକରେ ସମ୍ପର୍କ ସୁଦୃଢ, ପ୍ରତିରକ୍ଷା, ଆର୍ଥିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସୀମା ପ୍ରସଙ୍ଗ, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟତୀତ ବିକାଶ ବ୍ୟତୀତ ଡିଜିଟାଲିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଆଲୋଚନା କରାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେବା ପୂର୍ବରୁ ଏଠାରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ସାକ୍ଷାତ କରିଥିଲେ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମାର ଉନ୍ମୋଚନ କରିଥିଲେ। ଏହି ସମୟରେ ସେ ଦୁନିଆକୁ ଶାନ୍ତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ସ୍ଥାପିତ କରିବା ଓ ଏହାର ଉନ୍ମୋଚନ କରିବାର ସୁଯୋଗ ଦେବା ପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଛନ୍ତି, ଆମ ସମସ୍ତଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଚାଲିବା ଦରକାର ଓ ବିଶ୍ବ କଲ୍ୟାଣ ମାର୍ଗରେ ଚାଲିବା ଦରକାର। ମହାତ୍ମା ଗାନ୍ଧିଙ୍କୁ ହିଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଅହିଂସାର ବିଚାରକୁ ଆଗକୁ ବଢାଇବ। ତାଙ୍କୁ ଏହା ଜାଣିବା ଦରକାର ଯେ, ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ବୋଧି ବୃକ୍ଷ ଉପହାରରେ ଦେଇଥିଲେ, ତାହା ହିରୋସିମାରେ ଲଗାଯାଇଥିଲା, ଫଳରେ ଲୋକମାନେ ଏଠାକୁ ଆସିଲେ ଶାନ୍ତିର ମହତ୍ବକୁ ବୁଝିପାରିବେ।

About The Author: The Sakala