ହାଲୁକା ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ କାରଣରୁ ଯନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି।  ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ବର୍ଷା ପରେ AQI ୪ ଶହରୁ ହ୍ରାସ ହୋଇ ଶହେରେ ପହଞ୍ଚିଛି। ପ୍ରଦୂଷଣକୁ ଦେଖି ସରକାର କୃତ୍ରିମ ବର୍ଷା ଯୋଜନା କରୁଥିଲେ । କୃତ୍ରିମ ବର୍ଷା ଯୋଜନା ବେଳେ ରାତିର ବର୍ଷା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । […]

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ କାରଣରୁ ଯନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି।  ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ବର୍ଷା ପରେ AQI ୪ ଶହରୁ ହ୍ରାସ ହୋଇ ଶହେରେ ପହଞ୍ଚିଛି। ପ୍ରଦୂଷଣକୁ ଦେଖି ସରକାର କୃତ୍ରିମ ବର୍ଷା ଯୋଜନା କରୁଥିଲେ । କୃତ୍ରିମ ବର୍ଷା ଯୋଜନା ବେଳେ ରାତିର ବର୍ଷା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇଛି ।

ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ଅଶୋକ ବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୨, ଆରକେ ପୁରମରେ ୪୬୧ ଓ ପଞ୍ଜାବୀ ବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୦ ରହିଛି ।

ଦିଲ୍ଲୀରେ ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ୟ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଆଗୁଆ ଶୀତ ଛୁଟି କରାଯାଇଛି। ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

About The Author: The Sakala