ଆଉ ୫ଦିନ ବଢ଼ିଲା ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଅବଧି

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି। ରାଞ୍ଚିରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ହେମନ୍ତ ସୋରେନଙ୍କୁ ୩୧ ତାରିଖ ରାତିରେ ଗିରଫ କରିଥିଲା ଇଡି । ଗୋଟିଏ ଦିନ ପାଇଁ ସେ ଜେଲରେ ରହିବା ପରେ ଇଡି ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି […]

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି। ରାଞ୍ଚିରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ହେମନ୍ତ ସୋରେନଙ୍କୁ ୩୧ ତାରିଖ ରାତିରେ ଗିରଫ କରିଥିଲା ଇଡି । ଗୋଟିଏ ଦିନ ପାଇଁ ସେ ଜେଲରେ ରହିବା ପରେ ଇଡି ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ହେମନ୍ତ ସୋରେନଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଇଡି ତାଙ୍କୁ ହାଜର କରି ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟର ଇଡିର ଆବେଦନକୁ ଗ୍ରହଣ କରି ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି।

About The Author: The Sakala