୨୮ ମାସରେ ସମୂର୍ଣ୍ଣ ହେଲା ୨୯୬ କି.ମି. ଦୀର୍ଘ ‘ବୁନ୍ଦେଲ୍‌ଖଣ୍ଡ ଏକ୍ସପ୍ରେସ୍‌ ୱେ’, ମାତ୍ର ୬ ଘଣ୍ଟାରେ ଚିତ୍ରକୁଟରୁ ପହଞ୍ଚିହେବ ଦିଲ୍ଲୀ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ଉତ୍ତର ପ୍ରଦେଶର ସାତଟି ଜିଲ୍ଲା ଦେଇ ଯାଇଛି। ଗତ ଫେବୃଆରୀ ୨୯, ୨୦୨୦ରେ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୮ ମାସ ମଧ୍ୟରେ ସମୂର୍ଣ୍ଣ ହୋଇଛି ଏହି ଏକ୍ସପ୍ରେସୱେ । ଏଥିଯୋଗୁଁ ମାତ୍ର ୬ ଘଣ୍ଟାରେ ଚିତ୍ରକୁଟରୁ ଦିଲ୍ଲୀରେ ପହଞ୍ଚି ହେବ। […]

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ଉତ୍ତର ପ୍ରଦେଶର ସାତଟି ଜିଲ୍ଲା ଦେଇ ଯାଇଛି। ଗତ ଫେବୃଆରୀ ୨୯, ୨୦୨୦ରେ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୮ ମାସ ମଧ୍ୟରେ ସମୂର୍ଣ୍ଣ ହୋଇଛି ଏହି ଏକ୍ସପ୍ରେସୱେ । ଏଥିଯୋଗୁଁ ମାତ୍ର ୬ ଘଣ୍ଟାରେ ଚିତ୍ରକୁଟରୁ ଦିଲ୍ଲୀରେ ପହଞ୍ଚି ହେବ।

‘ବୁନ୍ଦେଲ୍‌ଖଣ୍ଡ ଏକ୍ସପ୍ରେସ୍‌ ୱେ’ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିଏହି ଏକ୍ସପ୍ରେସ୍‌ ୱେ ଯୋଗୁଁ ଏ ଅଞ୍ଚଳରେ ଶିଳ୍ପାଞ୍ଚଳର ବିକାଶ ଘଟିବ। ଏଇଟା ହେଉଛି ମୋଦୀ ଓ ଯୋଗୀ ସରକାର। ଆମେ କେବଳ ସହରରେ ନୁହେଁ ଗାଁଗଣ୍ଡାରେ ବି ବିକାଶ କରିବୁ। ପରୋକ୍ଷଭାବେ ବିଗତ ସରକାରମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସରଯୂ କେନାଲ୍‌ ପ୍ରକଳ୍ପ ଶେଷ ହେବାକୁ ୪୦ ବର୍ଷ ଲାଗିଲା। ଗୋରଖପୁର ସାର କାରଖାନା ୩୦ ବର୍ଷ ହେବ ବନ୍ଦ ହୋଇ ରହିଥିଲା। ଅର୍ଜୁନ ଜଳଭଣ୍ଡାର ପ୍ରକଳ୍ପ ୧୨ ବର୍ଷରେ ସମ୍ପୂର୍ଣ୍ଣ ହେଲା। ଆମେଠି ରାଇଫଲ୍‌ କାରଖାନାରେ ଖାଲି ଗୋଟାଏ ‘ସାଇନ୍‌ ବୋର୍ଡ’ ଲାଗିଥିଲା।


ସେ ଆହୁରି ମଧ୍ୟ କହିଛନ୍ତି, ରାଏ ବରେଲିସ୍ଥିତ ରେଳଡବା କାରଖାନା ଖାଲି ରେଳଡବାଗୁଡ଼ିକରେ ରଙ୍ଗ ଦେବାରେ ସମର୍ଥ ହୋଇଥିଲା। କିନ୍ତୁ, ଏବେ ଉତ୍ତର ପ୍ରଦେଶରେ ନିଷ୍ଠାର ସହ ଭିତ୍ତିଭୂମିର ବିକାଶ ଚାଲିଛି। ବହୁ ରାଜ୍ୟକୁ ଉତ୍ତର ପ୍ରଦେଶ ପଛରେ ପକାଇ ଦେଇଛି। ଭାବମୂର୍ତ୍ତି କ୍ଷେତ୍ରରେ ମଧ୍ୟ ତା’ର ପରିବର୍ତ୍ତନ ଘଟିଛି।


ଏହି ଏକ୍ସପ୍ରେସ ୱେ ଲୋକଙ୍କ ପାଇଁ ଖୋଲିବା ପରେ ବୁନ୍ଦେଲଖଣ୍ଡରୁ ଦିଲ୍ଲୀକୁ ମାତ୍ର ୬ ଘଣ୍ଟାର ସମୟ ଲାଗିବ। ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରି କହିଛନ୍ତି, ଏହି ଏକ୍ସପ୍ରେସ ୱେ କେବଳ ଯାନ ଗୁଡିକୁ ଗତି ଦେବ ନାହିଁ ବରଂ ବୁନ୍ଦେଲଖଣ୍ଡର ଉଦ୍ୟୋଗକୁ ମଧ୍ୟ ଗତି ପ୍ରଦାନ କରିବ।ଚିତ୍ରକୁଟ, ବାନ୍ଦା, ମହୋବା, ହମିରପୁର, ଜଲୌନ, ଇଟାୱା ହୋଇ ଆଗ୍ରା ଓ ଲକ୍ଷ୍ନୌକୁ ଯୋଡିବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ୨୯୬ କିଲୋମିଟର ଲମ୍ବ ୪ ଲେନ୍‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛି ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଉଦ୍ଦ୍ୟୋଗିକ ବିକାଶ ପ୍ରାଧିକରଣ । ୧୪.୮୫୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଏକ୍ସପ୍ରେସ ୱେ ଆଗକୁ ୬ ଟିକିଆ ବିଶିଷ୍ଟ ରାସ୍ତାରେ ବିସ୍ତାରିତ କରିବା ପାଇଁ ଯୋଜନା ଚାଲିଛି ।


ଏହି ଏକ୍ସପ୍ରେସ ୱେ ଚିତ୍ରକୁଟ ଜିଲ୍ଲାର ଭରତକୁପ ନିକଟ ରାଷ୍ଟ୍ରୀୟ ରାଜମାର୍ଗ-୩୫ରୁ ଆରମ୍ଭ ହୋଇ ଇଟାୱା ଜିଲ୍ଲାର କୁଦରେଲ ଗାଁ ଯାଏଁ ଲମ୍ୱିଛି । ପରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ସହ ମିଶିଯାଏ । ଏହି ଏକ୍ସପ୍ରେସ ୱେ ୟୁପିର ସାତଟି ଜିଲ୍ଲା-ଚିତ୍ରକୁଟ, ବାନ୍ଦା, ମହୋୱା, ହମୀରପୁର, ଜାଲୌନ, ଔରେୟା ଏବଂ ଇଟାୱା ଦେଇ ଯାଇଛି।ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେରେ ଯାତ୍ରା ସମୟରେ ଭାଗେନ, କେନ, ଶ୍ୟାମା, ଚନ୍ଦ୍ରାବଲ, ଭିରମା, ଯମୁନା, ବେତୱା ଏବଂ ସେଙ୍ଗର ନଦୀ ପଡିବ। ଏଥିରେ ମୋଟ ଚାରୋଟି ରେଲୱେ ଓଭର ବ୍ରିଜ, ୧୪ଟି ବଡ଼ ପୋଲ, ଛଅଟି ଟୋଲ ପ୍ଲାଜା, ୨୬୬ଟି ଛୋଟ ବ୍ରିଜ ଏବଂ ୧୮ଟି ଫ୍ଲାଇ ଓଭର ରହିଛି।

ଉଦଘାଟନ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଉପସ୍ଥିତ ରହିଥିଲେ । ସରକାରଙ୍କ ଲକ୍ଷ୍ୟ ଥିଲା ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ଏକ୍ସପ୍ରେସ ୱେକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା, କିନ୍ତୁ ଏହା ହୋଇପାରି ନଥିଲା ଏବଂ ନିର୍ବାଚନ ପରେ ଏବେ ଏହାର ଉଦଘାଟନ କରାଯାଇଛି।

About The Author: The Sakala