ନୂଆଦିଲ୍ଲୀ: ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ୧୦୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୁମ୍ବାଇ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନଭେମ୍ବର ୨୬କୁ ଆମେ କେବେ ଭୁଲି ପାରିବା ନାହିଁ। ଆଜିର ଏହି ଦିନରେ ଭାରତରେ ସବୁଠୁ ଭୟାନକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା ବୋଲି ମୋଦୀ କହିଛନ୍ତି।
ଏଥିସହ ଆଜିର ଦିନକୁ ପୂରା ଦେଶରେ ସମ୍ବିଧାନ ଦିବସ ପାଳନ ହେଉଛି । ୨୬ ନଭେମ୍ବର ଦିନ ସମସ୍ତ ପାଇଁ ସ୍ବତନ୍ତ୍ର । ଏହି ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନ ଆପଣାଇଥିଲା । ୨୦୧୫ରେ ଯେତେବେଳେ ଡା. ବି.ଆର୍ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ ହୋଇଥିଲା, ସେହିଦିନ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ରୂପା ପାଳନ ପାଇଁ ସରକାର ଘୋଷଣା କରିଥିଲେ। ସମ୍ବିଧାନ ଦିବସରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।