ଡାକ୍ତର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ: ଡାକ୍ତର ଈଶ୍ୱରଙ୍କ ଦ୍ୱିତୀୟ ରୂପ, ଯେତେ ପ୍ରଶଂସା କଲେ ବି କମ୍

ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।  ଔଷଧ କ୍ଷେତ୍ରରେ ଭାରତର ପଦକ୍ଷେପ ପ୍ରଶଂସନୀୟ ଏବଂ ଏହା ଆମ ପୃଥିବୀକୁ ସୁସ୍ଥ ରଖିବାରେ ସହାୟକ ହୋଇଛି। କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି । ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଅନ୍ୟ […]

ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।  ଔଷଧ କ୍ଷେତ୍ରରେ ଭାରତର ପଦକ୍ଷେପ ପ୍ରଶଂସନୀୟ ଏବଂ ଏହା ଆମ ପୃଥିବୀକୁ ସୁସ୍ଥ ରଖିବାରେ ସହାୟକ ହୋଇଛି। କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି ।

ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଅନ୍ୟ ଜୀବନ ବଞ୍ଚାଇବାକୁ ଯାଇ ଅନେକ ଡାକ୍ତର ନିଜ ଜୀବନ ହରାଇଛନ୍ତି । ଡାକ୍ତର ଦେବଦୂତ ଭଳି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିବା ସହ ବଜେଟ ୨ ଗୁଣା କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡ଼ା ଆଇନ କରାଯାଇଛି ବୋଲି ମଧ୍ୟ ମୋଦି କହିଛନ୍ତି ।

ଯୋଗକୁ ବୈଜ୍ଞାନିକ ତରିକାରେ ଆଗକୁ ନେବାକୁ ଆଇଏମଏକୁ ସେ ଆହ୍ୱାନ ଦେଇଛନ୍ତି । ନିଜ ଅନୁଭୂତିକୁ ଡକ୍ୟୁମେଣ୍ଟେସନ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେବା ସହ ଚିକିତ୍ସା ସମ୍ପର୍କୀତ ଡକ୍ୟୁମେଣ୍ଟେସନ ଆଗାମୀ ପିଢ଼ିକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋଦି ।

About The Author: The Sakala