ଜିଏସ୍‌ଟି ପରିସରକୁ ଆସିବ ପେଟ୍ରୋଲ ଓ ଡିଜେଲ: ମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିବାବେଳେ ଆଜି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ। ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ଏହାକୁ କରିଦେଖାଇବା ଏବେ ରାଜ୍ୟମାନଙ୍କର ପାଳି। କାରଣ […]

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିବାବେଳେ ଆଜି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ।

ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ଏହାକୁ କରିଦେଖାଇବା ଏବେ ରାଜ୍ୟମାନଙ୍କର ପାଳି। କାରଣ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣିବା ପାଇଁ ରାଜ୍ୟଗୁଡିକର ସହମତି ବେଶ ଜରୁରୀ। ଯଦି ରାଜ୍ୟମାନେ ଏହି ଦିଗରେ ପଦକ୍ଷେପ ନିଅନ୍ତି, ତେବେ କେନ୍ଦ୍ର ମଧ୍ୟ ଏଥିପାଇଁ ପ୍ରସ୍ତୁତ। ଆମେ ଏଥିପାଇଁ ପ୍ରସ୍ତୁତ ହୋଇସାରିଛୁ। ଅପରପକ୍ଷେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ହେଉଛି ବଡ଼ ପ୍ରଶ୍ନ। କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି ଯେ ଜିଏସ୍‌ଟି ପରିଷଦରେ ଏହାକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ରାଜ୍ୟର ଅର୍ଥମନ୍ତ୍ରୀମାନେ ଏଥିରେ ସହମତ ନୁହଁନ୍ତି।

About The Author: The Sakala