ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି ।  । ଗତକାଲି ନୂତନ ସଂସଦ ଗୃହରେ ଲୋକସଭାର ପ୍ରକ୍ରିୟାର ପ୍ରଥମ ଦିନରେ ସମ୍ବିଧାନ (୧୨୮ ତମ) ସଂଶୋଧନ ବିଲ୍ -୨୦୧୩ ଆଗତ କରାଯାଇଥିଲା। ପ୍ରସ୍ତାବିତ ଆଇନକୁ ନାରୀ ଶକ୍ତି ବନ୍ଦନା ଆକ୍ଟ କୁହାଯିବ। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ଉପସ୍ଥାପନ କରିଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ ଏହି ବିଲକୁ ସମର୍ଥନ […]

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି ।  । ଗତକାଲି ନୂତନ ସଂସଦ ଗୃହରେ ଲୋକସଭାର ପ୍ରକ୍ରିୟାର ପ୍ରଥମ ଦିନରେ ସମ୍ବିଧାନ (୧୨୮ ତମ) ସଂଶୋଧନ ବିଲ୍ -୨୦୧୩ ଆଗତ କରାଯାଇଥିଲା। ପ୍ରସ୍ତାବିତ ଆଇନକୁ ନାରୀ ଶକ୍ତି ବନ୍ଦନା ଆକ୍ଟ କୁହାଯିବ। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ଉପସ୍ଥାପନ କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ ଏହି ବିଲକୁ ସମର୍ଥନ କରୁଛନ୍ତି। ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ। ମୋର ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏହି ବିଲ୍‌ ଉପସ୍ଥାପନ ଥିଲେ। ଯଦି ଗୃହରେ ଏହି ବିଲ୍‌ ପାରିତ ହୋଇଯାଏ ତେବେ ରାଜୀବ ଗାନ୍ଧୀଙ୍କ ପରିକଳ୍ପନା ସାକାର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବିଲ୍ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ।

ସେ କହିଛନ୍ତି, ‘ମୁଁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ ଯେ ଭାରତୀୟ ମହିଳାମାନେ କିଛି ସମୟ ଧରି ସେମାନଙ୍କର ରାଜନୈତିକ ଦାୟିତ୍ୱବୋଧକୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ସେମାନଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ କୁହାଯାଉଛି। କେତେ ବର୍ଷ ? ଦୁଇ, ତିନି କିମ୍ବା ଆଠ … କେତେ ବର୍ଷ ଆଉ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି। ଭାରତୀୟ ମହିଳାଙ୍କ ପ୍ରତି ଏପରି ବ୍ୟବହାର ଉପଯୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି ସୋନିଆ। ସେ କହିଛନ୍ତି ଯେ ତୁରନ୍ତ ଏହି ବିଲ୍ କାର୍ଯ୍ୟକାରୀ ହେଉ।  ଏହି ବିଲ୍‌ ଉତ୍ତମ ରୂପେ ଲାଗୁ କରାଯିବାରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ଏବଂ ଏଥିରେ ‘ଏସ୍‌ସି’ ଏବଂ ‘ଓବିସି’କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ ଜାତିଭିତ୍ତିକ ଜନଗଣନା କଥା କହିବାରୁ ସଂସଦରେ ହଟ୍ଟଗୋଳର ଦେଖାଦେଇଥିଲା।

About The Author: The Sakala