ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍‌ ମଲିକ ଅମାନ ଶୁଣାଣି ସମୟରେ ଇମ୍ରାନଙ୍କୁ ବ୍ୟକ୍ତିଗତ ଭାବେ ହାଜିର ନେଇ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମାର୍ଚ୍ଚ ୩୦ରେ ହାଜିର ନେଇ ଇମ୍ରାନ ଖାନଙ୍କ ଓକିଲ କରିଥିବା ଆବେଦନକୁ ଶୁଣାଣି ସମୟରେ ଖାରଜ କରିଛନ୍ତି କୋର୍ଟ । ଏଥିସହିତ ତାଙ୍କ […]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍‌ ମଲିକ ଅମାନ ଶୁଣାଣି ସମୟରେ ଇମ୍ରାନଙ୍କୁ ବ୍ୟକ୍ତିଗତ ଭାବେ ହାଜିର ନେଇ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମାର୍ଚ୍ଚ ୩୦ରେ ହାଜିର ନେଇ ଇମ୍ରାନ ଖାନଙ୍କ ଓକିଲ କରିଥିବା ଆବେଦନକୁ ଶୁଣାଣି ସମୟରେ ଖାରଜ କରିଛନ୍ତି କୋର୍ଟ । ଏଥିସହିତ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିବା ସହ ଏପ୍ରିଲ୍ ୧୮ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

About The Author: The Sakala