ପାକ୍‌ ସୈନିକଙ୍କ ଚାଞ୍ଚଲ୍ୟକର ବୟାନ : ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀର

ନୂଆଦିଲ୍ଲୀ  :ଜମ୍ମୁ କାଶ୍ମୀର୍‌ର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ଉପରୁ ପରଦା ଉଠାଇଛନ୍ତି ପାକିସ୍ତାନୀ ସେନାର ଜଣେ ସୈନିକ। ପାକିସ୍ତାନୀ ସେନାର ଏହି ପୂର୍ବତନ ସୈନିକ ଆଦିଲ ରାଜା କହିଛନ୍ତି ଯେ ପହଲଗାମ ଆକ୍ରମଣ ଜେନେରାଲ ଅସୀମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଛି। ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକୁ ଦବାଇବା ନିମନ୍ତେ ଏହି ଷଡ଼ଯନ୍ତ୍ର କରିଛନ୍ତି। ଯେଉଁଥିପାଇଁ ପହଲଗାମ୍‌ରେ ନିର୍ଦ୍ଦୋଷ ପର୍ଯ୍ୟଟକମାନଙ୍କର ରକ୍ତ ବହିଛି। ମୁନୀର ଏଥିପାଇଁ ବିଦେଶୀ ଆତଙ୍କବାଦୀମାନଙ୍କୁ ପ୍ରରୋଚିତ ଓ ପ୍ରଭାବିତ କରିଛନ୍ତି ବୋଲି ପାକ୍‌ […]

ନୂଆଦିଲ୍ଲୀ  :ଜମ୍ମୁ କାଶ୍ମୀର୍‌ର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ଉପରୁ ପରଦା ଉଠାଇଛନ୍ତି ପାକିସ୍ତାନୀ ସେନାର ଜଣେ ସୈନିକ। ପାକିସ୍ତାନୀ ସେନାର ଏହି ପୂର୍ବତନ ସୈନିକ ଆଦିଲ ରାଜା କହିଛନ୍ତି ଯେ ପହଲଗାମ ଆକ୍ରମଣ ଜେନେରାଲ ଅସୀମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଛି। ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକୁ ଦବାଇବା ନିମନ୍ତେ ଏହି ଷଡ଼ଯନ୍ତ୍ର କରିଛନ୍ତି। ଯେଉଁଥିପାଇଁ ପହଲଗାମ୍‌ରେ ନିର୍ଦ୍ଦୋଷ ପର୍ଯ୍ୟଟକମାନଙ୍କର ରକ୍ତ ବହିଛି। ମୁନୀର ଏଥିପାଇଁ ବିଦେଶୀ ଆତଙ୍କବାଦୀମାନଙ୍କୁ ପ୍ରରୋଚିତ ଓ ପ୍ରଭାବିତ କରିଛନ୍ତି ବୋଲି ପାକ୍‌ ସେନାର ଏହି ପୂର୍ବ ସୈନିକ ଆଦିଲ ରାଜା କହିଛନ୍ତି ।

ଏହି ପୋଷ୍ଟ ପାଇଁ ତାଙ୍କୁ ଅନେକ ଭାରତୀୟଙ୍କ ଏଜେଣ୍ଟ ବୋଲି କହିପାରନ୍ତି, ମାତ୍ର ଏହା ଧ୍ରୁବ ସତ୍ୟ ଯେ ପଲଗାମ୍‌ ଆକ୍ରମଣ ଘଟଣା ମୁନୀରଙ୍କ ନିର୍ଦ୍ଦେଶରେ ଘଟିଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ନିଜ ପଦ ବଞ୍ଚାଇବା ଲାଗି ମୁନୀର ଭାରତ ସହିତ ଯୁଦ୍ଧ ପାଇଁ ନିଜ ନାଗରିକମାନଙ୍କୁ ଉସୁକାଉଛନ୍ତି। କିଛିଦିନ ପୂର୍ବେ ଇସଲାମ ଓ ହିନ୍ଦୁ ଧର୍ମ ସଂପର୍କରେ ସେ ଦେଇଥିବା ବୟାନ ଏଭଳି ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଖୋରାକ ଯୋଗାଇଥିଲା। ଏଭଳି ମନ୍ତବ୍ୟ ପାଇଁ ଆମେରିକାର ଜଣେ ସୁରକ୍ଷା ବିଶେଷଜ୍ଞ ମୁନୀରଙ୍କୁ ଲାଡେନ ସହିତ ତୁଳନା କରିଛନ୍ତି। ଆମେରିକା ମୁନୀରଙ୍କୁ ଆତଙ୍କବାଦୀ ଘୋଷଣା କରୁ ବୋଲି ସେ ଦାବି କରିଛନ୍ତି।

About The Author: The Sakala