କୋର୍ଟରେ ପଡ଼ିରହିଛି କେନ୍ଦ୍ର ସମ୍ବନ୍ଧିତ ୬ ଲକ୍ଷରୁ ଅଧିକ ମାମଲା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଦାଲତରେ କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ୬ ଲକ୍ଷ ୩୬ ହଜାର ମାମଲା ବିଚାରାଧୀନ ରହିଛି। ଏହା ମଧ୍ୟରେ ଅର୍ଥ ମନ୍ତ୍ରାଳୟ ଏବଂ ରେଳ ବିଭାଗର ସର୍ବାଧିକ ମାମଲା ସାମିଲ ରହିଛି। ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସୂଚନା ଦେଇଛନ୍ତି। ଲୋକସଭା ସାଂସଦ ଦୁଶ୍ୟନ୍ତ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମେଘୱାଲ କହିଛନ୍ତି ଯେ ପଡ଼ି ରହିଥିବା ମାମଲାର ସମାଧାନ ଲାଗି ଗତ ୫ ବର୍ଷରେ ୨୭୨ କୋଟି ଟଙ୍କା […]

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଦାଲତରେ କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ୬ ଲକ୍ଷ ୩୬ ହଜାର ମାମଲା ବିଚାରାଧୀନ ରହିଛି। ଏହା ମଧ୍ୟରେ ଅର୍ଥ ମନ୍ତ୍ରାଳୟ ଏବଂ ରେଳ ବିଭାଗର ସର୍ବାଧିକ ମାମଲା ସାମିଲ ରହିଛି। ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସୂଚନା ଦେଇଛନ୍ତି। ଲୋକସଭା ସାଂସଦ ଦୁଶ୍ୟନ୍ତ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମେଘୱାଲ କହିଛନ୍ତି ଯେ ପଡ଼ି ରହିଥିବା ମାମଲାର ସମାଧାନ ଲାଗି ଗତ ୫ ବର୍ଷରେ ୨୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨-୨୩ ବର୍ଷରେ ଏଥିପାଇଁ ୫୪ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୧, ୭୯, ୪୬୪, ପ୍ରତିରକ୍ଷା ମନ୍ତ୍ରାଳୟର ୮୭, ୫୪୩, ଶ୍ରମ ଏବଂ ରୋଜଗାର ବିଭାଗର ୮୦, ୧୧୭, ସ୍ବରାଷ୍ଟ୍ର ମନ୍ତ୍ରାଳୟର ୨୩, ୦୧୨, ଶିକ୍ଷା ବିଭାଗର ୧୭ ହଜାର, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ୩, ୬୬୫ ଏବଂ କର୍ପୋରେଟ ମନ୍ତ୍ରାଳୟର ୧୦, ୪୨୬ ମାମଲା ପଡି ରହିଥିବା ସୂଚନା ମିଳିଛି। ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟ ଟ୍ରିବ୍ୟୁନାଲଗୁଡିକରେ ପଡ଼ି ରହିଥିବା ମାମଲା ସମାଧାନର ଦାୟିତ୍ବ ଆଇନ ବିଭାଗ ଉପରେ ନ୍ୟସ୍ତ। ‘ନ୍ୟାସନାଲ ଲିଟିଗେସନ ପିଲିସି’କୁ ନେଇ ମଧ୍ୟ ଗୃହରେ ପ୍ରଶ୍ନ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏହି ନୀତିର ରୂପରେଖ ପ୍ରସ୍ତୁତ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

About The Author: The Sakala