ଏକ ବଡ଼ ଧରଣର ସାମରିକ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆ ପକ୍ଷରୁ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ସୂଚନା ଅନୁଯାୟୀ, ଉତ୍ତର କୋରିଆ ଜାପାନ ସାଗର ଅଭିମୁଖେ ଏକ ଅଜ୍ଞାତ ପ୍ରୋଜେକ୍ଟାଇଲ୍ ଉତକ୍ଷେପଣ କରିଛି, ଯାହା ସମଗ୍ର ଏସିଆ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।
ଦକ୍ଷିଣ କୋରିଆର ସାମରିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଉତକ୍ଷେପଣ ଚିହ୍ନଟ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି କେତେ ଦୂରତା ଅତିକ୍ରମ କରିଛି ଏବଂ ଏହାର ପ୍ରକୃତି କ’ଣ, ସେ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଜାପାନ ଏବଂ ଦକ୍ଷିଣ କୋରିଆର ସୁରକ୍ଷା ବାହିନୀ ବର୍ତ୍ତମାନ ହାଇ ଆଲର୍ଟରେ ରହିଛନ୍ତି।
ଉତ୍ତର କୋରିଆର ଏହି କାର୍ଯ୍ୟାନୁଷ୍ଠାନ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱସ୍ତରୀୟ ପ୍ରତିବନ୍ଧକ ସତ୍ତ୍ୱେ କିମ୍ ଜୋଙ୍ଗ୍ ଉନ୍ଙ୍କ ସରକାର ନିଜର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଏହି ପରୀକ୍ଷଣ ଯୋଗୁଁ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଜଟିଳ ହୋଇପଡିଛି।