ନୂଆଦିଲ୍ଲୀ: ନର୍ଗିସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ଇରାନର ୫୧ ବର୍ଷୀୟା ମହିଳା ନର୍ଗିସ ମହମ୍ମଦି। ନର୍ଗିସ ମହମ୍ମଦି ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି । ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗିସ।
ନର୍ଗିସ ମହମ୍ମଦି ଜଣେ ଇରାନୀ ମାନବାଧିକାର କାର୍ଯ୍ୟକର୍ତ୍ତା ଏବଂ ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟରର ଉପାଧ୍ୟକ୍ଷା। ସେ ଇରାନରେ ଡେଥ୍ ପେନାଲ୍ଟି ଶେଷ କରିବା ତଥା କଏଦୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓକିଲ ରହିଆସିଛନ୍ତି। ମହମ୍ମଦିଙ୍କୁ ନିଜର ମାନବାଧିକାର କାର୍ଯ୍ୟ ଯୋଗୁ ଅନେକ ବାର ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ଜୀବନରେ ଅନେକ ଚ୍ୟାଲେଞ୍ଜ୍ ତଥା ଜେଲ୍କୁ ସାମ୍ନା କରିବା ସତ୍ତ୍ୱେ ମହମ୍ମଦି ଇରାନରେ ମାନବାଧିକାର ଏବଂ ଲୋକତନ୍ତ୍ର ପାଇଁ ଲଢ଼େଇ ଲଢ଼ିଛନ୍ତି।