ଭାରତୀୟ ନୌସେନାର ‘ମିଗ୍‌ ୨୯କେ’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ନୂଆଦିଲ୍ଲୀ: ଭାରତୀୟ ନୌସେନାର ‘ମିଗ୍‌ ୨୯କେ’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।  ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଗୋଆ ଉପକୂଳବର୍ତ୍ତୀ ଆରବ ସାଗର ମଧ୍ୟକୁ ଖସିପଡ଼ିଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଭାରତୀୟ‌ ନୌସେନା କହିଛି। ଦୁର୍ଘଟଣା ଘଟିବା ପରେ ପରେ ତୁରନ୍ତ ତଲାସ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାର କାରଣ ବିଷୟରେ ଅନୁସନ୍ଧାନ କରିବା ଲାଗି ‘ବୋର୍ଡ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦିଆଯାଇଛି।

About The Author: The Sakala