ନାସାକୁ ମିଳିଲା ବଡ଼ ସଫଳତା: ପୁଣି କାର୍ଯ୍ୟକ୍ଷମ ହେଲା ଚନ୍ଦ୍ରରେ ଥିବା ଭାରତର ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର

ୱାଶିଂଟନ:  ପୁଣି ନୂଆ ଆଶା ସଞ୍ଚାର ହୋଇଛି। ଚନ୍ଦ୍ରରେ ଥିବା ଭାରତର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ପୁଣି କାର୍ଯ୍ୟକ୍ଷମ ହୋଇଛି। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାକୁ ଏହି ବଡ଼ ସଫଳତା ମିଳିଛି। ଏଜେନ୍ସି ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି। ଏବେ ବିକ୍ରମରେ ଲାଗିଥିବା ଲେଜର ରିଫ୍ଲେକ୍ଟର ଆରେ (ଏଲଆରଏ) ବିଶ୍ବର ଅନ୍ୟ ଚନ୍ଦ୍ର ଅଭିଯାନ ପାଇଁ ମାର୍ଗଦର୍ଶକ ପାଲଟି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରକୁ ପ୍ରଥମ ଥର ପାଇଁ ପରିକ୍ରମା କରୁଥିବା […]

ୱାଶିଂଟନ:  ପୁଣି ନୂଆ ଆଶା ସଞ୍ଚାର ହୋଇଛି। ଚନ୍ଦ୍ରରେ ଥିବା ଭାରତର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ପୁଣି କାର୍ଯ୍ୟକ୍ଷମ ହୋଇଛି। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାକୁ ଏହି ବଡ଼ ସଫଳତା ମିଳିଛି। ଏଜେନ୍ସି ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି। ଏବେ ବିକ୍ରମରେ ଲାଗିଥିବା ଲେଜର ରିଫ୍ଲେକ୍ଟର ଆରେ (ଏଲଆରଏ) ବିଶ୍ବର ଅନ୍ୟ ଚନ୍ଦ୍ର ଅଭିଯାନ ପାଇଁ ମାର୍ଗଦର୍ଶକ ପାଲଟି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରକୁ ପ୍ରଥମ ଥର ପାଇଁ ପରିକ୍ରମା କରୁଥିବା ନାସାର ଏକ ମହାକାଶ ଯାନ ବିକ୍ରମ ଉପରେ ଲେଜର ପକାଇ ଥିଲା। ପରେ ଏହା ପ୍ରତିଫଳନ ହୋଇ ମହାକାଶ ଯାନକୁ ସଙ୍କେତ ଦେଇଥିଲା। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।

ନାସାର ଲୁନାର ଅର୍ବିଟର (ଏଲଆରଓ) ଡିସେମ୍ବର ୧୨ ତାରିଖରେ ବିକ୍ରମର ରିଫ୍ଲେକଟର ଦେଇଥିବା ସିଗ୍‌ନାଲକୁ ଗ୍ରହଣ କରିଥିଲା। ଏଲ୍‌ଆରଓ ଏହାକୁ ବ୍ୟବହାର କରି ଲେଜର ରେଞ୍ଜ୍‌ ହାସଲ କରିଥିଲା। ଚନ୍ଦ୍ରରେ ରାତି ହୋଇଥିବାବେଳେ ଏହି ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଏଲଆରଓ ଚନ୍ଦ୍ରଯାନ-୩ ଅଭିମୁଖେ ବଢୁଥିଲା।

ସୂଚନାଯୋଗ୍ୟ ଯେ ଉତ୍‌କ୍ଷେପଣ ପୂର୍ବରୁ ଚନ୍ଦ୍ରଯାନ-୩ରେ ନାସାର ଏଲ୍‌ଆରଏ ଲଗା ଯାଇଥିଲା। ୨୦ ଗ୍ରାମ ଓଜନର ଏହି ଲେଜର ରେଟ୍ରୋରିଫ୍ଲେକର ଅର୍ଦ୍ଧଗୋଲାକାର। ଏହାର ୮ଟି କୋଣ ରହିଛି। ଏହା ଚନ୍ଦ୍ରକୁ ପରିକ୍ରମା କରୁଥିବା ଯେକୌଣସି ଯାନକୁ ଅଲଗା ଅଲଗା ଦିଗରୁ ଲେଜର ମାଧ୍ୟମରେ ସିଗ୍‌ନାଲ ପଠାଉଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏଲ୍‌ଆରଏ ଦୀର୍ଘଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହାକୁ ଭୌଗଳିକ ଷ୍ଟେସନ ଏବଂ ଚନ୍ଦ୍ରପୃଷ୍ଠର ମାର୍ଗଦର୍ଶକ ଭାବେ ବ୍ୟବହାର କରାଯିବ। ଏଲ୍‌ଆରଏ ପଠାଉଥିବା ତଥ୍ୟ ସଠିକ୍‌ ଦିଗ ନିର୍ଣ୍ଣୟରେ ସହାୟକ ହେବ। ଏହା ସହିତ ଚନ୍ଦ୍ରର ଗତି, ଗଠନ ଏବଂ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ମଧ୍ୟ ସୂଚନା ଦେବ।

About The Author: The Sakala