ଆଜି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନ ପରିସରରେ ସନ୍ଧ୍ୟାରେ ଏକ ବିଶେଷ ସମାରୋହରେ ମୋଦୀ ଶପଥ ନେବା ସହିତ ତାଙ୍କ ନୂତନ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହି ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଯୋଗ ଦେବାକୁ ରହିଥିବାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଏଥିରେ ଶ୍ରୀଲଙ୍କା, ନେପାଳ, […]

ନୂଆଦିଲ୍ଲୀ: ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନ ପରିସରରେ ସନ୍ଧ୍ୟାରେ ଏକ ବିଶେଷ ସମାରୋହରେ ମୋଦୀ ଶପଥ ନେବା ସହିତ ତାଙ୍କ ନୂତନ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହି ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଯୋଗ ଦେବାକୁ ରହିଥିବାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଏଥିରେ ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ଭୁଟ୍ଟାନ ଆଦି ବିଭିନ୍ନ ପଡୋଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବା ନିଶ୍ଚିତ ହୋଇଛି।

ଅନ୍ୟପକ୍ଷରେ ଶନିବାର କଂଗ୍ରେସ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହେବା ସହିତ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳର ସଂସଦୀୟ ନେତ୍ରୀ ଭାବେ ନିର୍ବାଚିତ କରାଯାଇଛି। ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜନ ଖଡ଼ଗେ ଏହି ପ୍ରସ୍ତାବ ଆଗତ କରିଥିଲା ବେଳେ ଗୌରବ ଗୋଗଇ ଏବଂ ତାରିକ୍‌ ଅନୱାର ଏହାକୁ ସମର୍ଥନ ଜଣାଇଥିଲେ। ସେହିପରି ଲୋକସଭା ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ ଦାୟିତ୍ବ ଦେବାକୁ ମଧ୍ୟ ଏହି ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲଙ୍କ ନାମ ପ୍ରସ୍ତାବ ଦେବା ପରେ ଏହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା। ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ତୁଳନାରେ ରାହୁଲ ହିଁ ଲୋକସଭାରେ ବିରୋଧୀ ନେତା ଭୂମିକା ଗ୍ରହଣ କରିବା ସବୁଠୁ ଉତ୍ତମ ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି।

About The Author: The Sakala