ନାରଦା ଲାଞ୍ଚ ମାମଲା: ଟିଏମସିର ୨ ମନ୍ତ୍ରୀ, ଜଣେ ବିଧାୟକ ଓ ପୂର୍ବତନ ମେୟରଙ୍କୁ ଗିରଫ କଲା ସିବିଆଇ

କଲକାତା: ନାରଦା ଲାଞ୍ଚ ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ ଫିରହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କଲକାତାର ପୂର୍ବତନ ମେୟର ଶୋଭନ ଚଟ୍ଟୋପାଧ୍ୟାୟଙ୍କୁ ଗିରଫ କରିଛି। ରାଜ୍ୟପାଳ ଜଗଦୀପ ଧନଖଡ଼ ଗତ ରବିବାର ନାରଦା ଲାଞ୍ଚ ମାମଲାରେ ଏହି ୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ସହିତ ମାମଲା ଚଳାଇବା ପାଇଁ ସହମତି ପ୍ରକାଶ କରିବା ପରେ ସିବିଆଇ ଏହି ପଦକ୍ଷେପ ନେଇଛି। West Bengal: Minister Firhad […]

କଲକାତା: ନାରଦା ଲାଞ୍ଚ ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ ଫିରହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କଲକାତାର ପୂର୍ବତନ ମେୟର ଶୋଭନ ଚଟ୍ଟୋପାଧ୍ୟାୟଙ୍କୁ ଗିରଫ କରିଛି। ରାଜ୍ୟପାଳ ଜଗଦୀପ ଧନଖଡ଼ ଗତ ରବିବାର ନାରଦା ଲାଞ୍ଚ ମାମଲାରେ ଏହି ୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ସହିତ ମାମଲା ଚଳାଇବା ପାଇଁ ସହମତି ପ୍ରକାଶ କରିବା ପରେ ସିବିଆଇ ଏହି ପଦକ୍ଷେପ ନେଇଛି।

ଏହି ୪ ଅଭିଯୁକ୍ତ ନାରଦା ଷ୍ଟିଙ୍ଗ ଅପରେଶନରେ ଲାଞ୍ଚ ନେଉଥିବା ଦେଖାଯାଇଥିଲା। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଷ୍ଟିଙ୍ଗ ଅପରେଶନର ଭିଡିଓ ଭାଇରାଲ ହୋଇଥିଲା। ୨୦୧୭ ମାର୍ଚ୍ଚରେ କଲକାତା ହାଇକୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ।

ନେତାଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଗିରଫଦାରୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ମମତା ବାନାର୍ଜୀ ସିବିଆଇ ଅଧିକାରୀମାନଙ୍କୁ ମୋତେ ଗିରଫ କର ବୋଲି କହିଥିଲେ।

About The Author: The Sakala