ଛାତରୁ ଖସି ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ କମ୍ପାନୀ ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମ୍‌.ଜି. ଜର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଘର ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମ୍‌.ଜି. ଜର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଛି । ଗତ ୫ତାରିଖ  ଅର୍ଥାତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃ୍ତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା । ତଦନ୍ତ ଚାଲୁ ରହିଥିଲା । ଆଜି ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୁଲିସ । ଗତକାଲି ଏମ୍‌.ଜି. ଜର୍ଜ ନିଜ ବାସଭନର ଛାତ ଉପରେ ବୁଲୁଥିବାବେଳେ ରାତି ୯ ଟାରେ ଖସି ପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି […]

ନୂଆଦିଲ୍ଲୀ: ଘର ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମ୍‌.ଜି. ଜର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଛି । ଗତ ୫ତାରିଖ  ଅର୍ଥାତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃ୍ତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା । ତଦନ୍ତ ଚାଲୁ ରହିଥିଲା । ଆଜି ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୁଲିସ । ଗତକାଲି ଏମ୍‌.ଜି. ଜର୍ଜ ନିଜ ବାସଭନର ଛାତ ଉପରେ ବୁଲୁଥିବାବେଳେ ରାତି ୯ ଟାରେ ଖସି ପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଫଳରେ ଦେଶର ସବୁଠାରୁ ବୃହତ ସୁନା ଋଣ କମ୍ପାନୀର ମୁଖ୍ୟଙ୍କ ୭୧ ବର୍ଷ ବୟସରେ ମୃତ୍ୟୁ ଘଟିଛି ।

୭୨ ବର୍ଷିୟ ଜର୍ଜଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଘଟଣାରେ କୌଣସି ଷଡ଼ଯନ୍ତ୍ର ଥିବା କଥା ପୁଲିସ ସନ୍ଦେହ କରୁନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏକଥା ଦିଲ୍ଲୀର ‘ଏମ୍‌ସ୍‌’ରେ ହୋଇଥିବା ତାଙ୍କ ଶବ ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଯାଇଛି ବୋଲି ପୁଲିସ କହିଛି।

ଦକ୍ଷିଣପୂର୍ବ ପୁଲିସ ଡେପୁଟି କମିସନର୍‌ ଆର୍‌.ପି. ମୀନା କହନ୍ତି, ଜର୍ଜ ତାଙ୍କ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବା ସଂକ୍ରାନ୍ତରେ ଶୁକ୍ରବାର ରାତି ୯.୨୧ରେ ଅମର କଲୋନି ଥାନାକୁ ସୂଚନା ଦିଆଯାଇଥିଲା। ଅବିଳମ୍ବେ ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚିବା ପରେ ତାଙ୍କୁ ‘ଫୋର୍ଟିସ୍‌ ଏସ୍କର୍ଟ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁନାଋଣ ଠାରୁ ଆରମ୍ଭ କରି ସିକ୍ୟୁରିଟି ପର୍ୟ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟବସାୟ ଚଳାଇଥିବା ମୁତ୍ତୂଟ୍‌ ଦୀର୍ଘଦିନ ହେବ ଦିଲ୍ଲୀରେ ବସବାସ କରୁଥିଲେ। ତାଙ୍କ ବ୍ୟବସାୟର ମୁଖ୍ୟାଳୟ କୋଚିରେ ଥିଲେ ମଧ୍ୟ ଦେଶ ଏବଂ ବିଦେଶରେ ତାଙ୍କର ରିୟଲ୍‌ ଇଷ୍ଟେଟ୍‌, ଡାକ୍ତରଖାନା, ଶିକ୍ଷା ଏବଂ ହୋଟେଲ୍‌ ଆଦି ବ୍ୟବସାୟ କେନ୍ଦ୍ରମାନ ରହିଛି।

About The Author: The Sakala