ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି। ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏଥିସହ ମଧ୍ୟପ୍ରଦେଶ ବାଚସ୍ପତି ହେବେ ନରେନ୍ଦ୍ର ସିଂ ତୋମର । ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ତୋମର ହେବେ ବାଚସ୍ପତି […]

ମଧ୍ୟପ୍ରଦେଶ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି। ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ଏଥିସହ ମଧ୍ୟପ୍ରଦେଶ ବାଚସ୍ପତି ହେବେ ନରେନ୍ଦ୍ର ସିଂ ତୋମର । ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ତୋମର ହେବେ ବାଚସ୍ପତି । ବିଜେପି ବିଧାୟକ ଦଳ ବୈଠକରେ ତୋମରଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୭ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଜେପି ୨୩୦ ବିଧାନସଭା ଆସନ ମଧ୍ୟରୁ ୧୬୩ ଜିତିଥିଲା । ଯେତେବେଳେ କି କଂଗ୍ରେସ ୬୬ ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ଥିଲା । ବିଜେପି ନିର୍ବାଚନରେ କାହାରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିନଥିଲା । ଏହି ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଲଢିଥିଲା । ମଧ୍ୟପ୍ରଦେଶର ବିଜେପି ଗତ ଦୁଇ ଦଶକ ମଧ୍ୟରେ ୫ମ ଥର ପାଇଁ ସରକାର ଗଢିବାକୁ ଯାଉଛି । । ଏହା ପୂର୍ବରୁ ୨୦୦୩,୨୦୦୮,୨୦୧୩ ଓ ୨୦୨୦ରେ ବିଜେପି ସରକାର ଗଠନ କରି ସାରିଛି ।

About The Author: The Sakala