ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋ ବଡ଼ ଘୋଷଣା କରିଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିସାରିଛି। ଆଜି ସକାଳେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି। ଇସ୍ରୋ ସୂଚନା ମୁତାବକ ଆସନ୍ତା ବୁଧବାର(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବ। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍ ପ୍ରଜ୍ଞାନ ବାହାରି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ସମସ୍ତ ତଥ୍ୟ ଯୋଗାଇବ।
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋ ବଡ଼ ଘୋଷଣା କରିଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିସାରିଛି। ଆଜି ସକାଳେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି। ଇସ୍ରୋ ସୂଚନା ମୁତାବକ ଆସନ୍ତା ବୁଧବାର(ଅଗଷ୍ଟ ୨୩) ସନ୍ଧ୍ୟା […]