ହୋମ ଆଇସୋଲେସନ ନେଇ ଗାଇଡଲାଇନ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ, ୩ ଦିନ ଜ୍ୱର ନଆସିଲେ ଆଉ ଦରକାର ନାହିଁ ଟେଷ୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ନେଇ ଗାଇଡଲାଇନ ଜାରି କରାଯାଇଛି । କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ସେ ନେଇ ମାର୍ଗଦର୍ଶିକା ଜାରି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗୃହ ସଂଗରୋଧ ନିୟମାବଳୀରେ ଦର୍ଶାଯାଇଛି ଯେ ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଂଗରୋଧରେ ରହିପାରିବେ। ୬୦ ବର୍ଷରୁ ଅଧିକ ବୟସ୍କ ଲୋକ  ଏବଂ ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ […]

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ନେଇ ଗାଇଡଲାଇନ ଜାରି କରାଯାଇଛି । କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ସେ ନେଇ ମାର୍ଗଦର୍ଶିକା ଜାରି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗୃହ ସଂଗରୋଧ ନିୟମାବଳୀରେ ଦର୍ଶାଯାଇଛି ଯେ ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଂଗରୋଧରେ ରହିପାରିବେ। ୬୦ ବର୍ଷରୁ ଅଧିକ ବୟସ୍କ ଲୋକ  ଏବଂ ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ପରେ ଗୃହ ସଙ୍ଗରୋଧରେ ରହିପାରିବେ। ଲକ୍ଷଣହୀନ ବ୍ୟକ୍ତି କୋଭିଡ ପରୀକ୍ଷା କରିବା ଆବଶ୍ୟକତା ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ୟ୍ୟନ୍ତ ହୋମ ଆଇସୋଲେସନ ରହିବ । ୭ ଦିନ ଭିତରେ ଲଗାତର ୩ ଦିନ ଜ୍ୱର ନ ଆସିଲେ ଆଇସୋଲେସନ ସରିଯିବ । ୭ ଦିନ ଭିତରେ ୩ ଦିନ ଜ୍ୱର ନଆସିଲେ ୭ ଦିନ ପରେ ଆଉ ଥରେ ଟେଷ୍ଟ କରିବା ଆବଶ୍ୟକ ନାହିଁ। ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ ।ଏହାସହିତ ୬୦ରୁ ଊର୍ଦ୍ଧ୍ବ ଏବଂ ବହୁବିଧ ରୋଗାଗ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ଗୃହ ସଂଗରୋଧ ରହିବାକୁ କୁହାଯାଇଛି। ଡାକ୍ତରଙ୍କ ପରୀକ୍ଷା-ନିରୀକ୍ଷା ପରେ ମିଳିବ ଗୃହ ସଂଗରୋଧ ପାଇଁ ଅନୁମତି ମିଳିବ। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣ ବିହୀନ ବ୍ୟକ୍ତି କୋଭିଡ ପରୀକ୍ଷା କରିବା ଦରକାର ନାହିଁ ବୋଲି ମାର୍ଗଦର୍ଶିକାରେ କହାଯାଇଛି।

About The Author: The Sakala