ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ

ମୁମ୍ବଇ:ନିକିତା ପୋରୱାଲ ଫେମିନା ମିସ୍‌ ଇଣ୍ଡିଆ-୨୦୨୪ ମୁକୁଟ ଜିତିଛନ୍ତି। ପ୍ରଥମ ପ୍ରୟାସରେ ହିଁ ସେ ସଫଳତା ପାଇଛନ୍ତି। ମଧ୍ୟପ୍ରଦେଶ ଉଜ୍ଜୈନର ଏହି ୧୮ ବର୍ଷୀୟ ସୁନ୍ଦରୀଙ୍କୁ ଗତ ଥରର ବିଜେତା ନନ୍ଦିନୀ ଗୁପ୍ତା ବିଜୟୀ ମୁକୁଟ ପିନ୍ଧାଇଛନ୍ତି। ଏହା ସହିତ ସେ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମଧ୍ୟପ୍ରଦେଶର ପ୍ରଥମ ଯୁବତୀ ଭାବେ ସେ ଏହି ଟାଇଟଲ୍‌ ହାସଲ କରିଛନ୍ତି। ବୁଧବାର ରାତିରେ ମୁମ୍ବଇର ଓର୍ଲି ସ୍ଥିତ […]

ମୁମ୍ବଇ:ନିକିତା ପୋରୱାଲ ଫେମିନା ମିସ୍‌ ଇଣ୍ଡିଆ-୨୦୨୪ ମୁକୁଟ ଜିତିଛନ୍ତି। ପ୍ରଥମ ପ୍ରୟାସରେ ହିଁ ସେ ସଫଳତା ପାଇଛନ୍ତି। ମଧ୍ୟପ୍ରଦେଶ ଉଜ୍ଜୈନର ଏହି ୧୮ ବର୍ଷୀୟ ସୁନ୍ଦରୀଙ୍କୁ ଗତ ଥରର ବିଜେତା ନନ୍ଦିନୀ ଗୁପ୍ତା ବିଜୟୀ ମୁକୁଟ ପିନ୍ଧାଇଛନ୍ତି। ଏହା ସହିତ ସେ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମଧ୍ୟପ୍ରଦେଶର ପ୍ରଥମ ଯୁବତୀ ଭାବେ ସେ ଏହି ଟାଇଟଲ୍‌ ହାସଲ କରିଛନ୍ତି। ବୁଧବାର ରାତିରେ ମୁମ୍ବଇର ଓର୍ଲି ସ୍ଥିତ ଫେମସ୍‌ ଷ୍ଟୁଡିଓରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

About The Author: The Sakala