ଇଟାଲୀର ମିଲାନ୍‌ ସହରରେ ଭୟଙ୍କର ବିସ୍ଫୋରଣ, ପାର୍କିଂରେ ଥିବା ଅନେକ ଗାଡି ଜଳି ପାଉଁଶ

ନୂଆଦିଲ୍ଲୀ: ଇଟାଲୀ ମିଲାନ ସହରରେ ଭୟଙ୍କର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ହୋଇଛି ଏହି ବିସ୍ଫୋରଣ ।ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବା ଅନୁମାନ […]

ନୂଆଦିଲ୍ଲୀ: ଇଟାଲୀ ମିଲାନ ସହରରେ ଭୟଙ୍କର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ହୋଇଛି ଏହି ବିସ୍ଫୋରଣ ।ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ପାଖରେ ଥିବା ଏକ ସ୍କୁଲ ଓ ଜନବସତି ଅଞ୍ଚଳକୁ ଖାଲି କରାଯାଇଛି । ପୂରା ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଅଗ୍ନିକାଣ୍ଡ ସମୟର ଭିଜୁଆଲ ଭାଇରାଲ ହୋଇଛି ।

ମିଲାନ ସହରରେ ହୋଇଥିବା ଏହି ବିସ୍ଫୋରଣର ହୃଦୟ ବିଦାରକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯାନବାହନ ଗୁଡିକ ଜଳୁଥିବା ଏବଂ ଲୋକମାନେ ନିଆଁରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

About The Author: The Sakala